ଜଣକର ପ୍ରେସ୍କ୍ରିପସନରେ ଅନ୍ୟ ରୋଗୀଙ୍କୁ ଇଞ୍ଜେକସନ୍ ଦେବ। ଘଟଣ। ର ତଦନ୍ତ
ଜଣଙ୍କ ପ୍ରେସକ୍ରିପସନରେ ଅନ୍ୟ ରୋଗୀଙ୍କୁ ଇଞ୍ଜେକସନ ଦେବା ଘଟଣାର ତଦନ୍ତ
ଜୟପୁର, ୮।୧୦: ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରେସକ୍ରିପସନରେ ଅନ୍ୟ ରୋଗୀଙ୍କୁ ଜଣଙ୍କ ଇଞ୍ଜେକସନ ଦେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ଚିକିତ୍ସାଳୟରେ ଆଶୁ ଚିକିତ୍ସା ବିଭାଗରେ ଗୁରୁତର ଅବହେଳା, ଜଣକ ପ୍ରେସକ୍ରିପସନରେ ଅନ୍ୟ ରୋଗୀଙ୍କୁ ଇଞ୍ଜେକସନ ଦେବ। ଖବର ରେ ପ୍ରକାଶ ପରେ ଏହାକୁ ଡିଏମ୍ଓ ଗୁରୁତର ସହ ନେଇଛନ୍ତି | ଜିଲ୍ଲା ଚିକିତ୍ସାଳୟ ତରଫରୁ ତପ୍ରତା ପ୍ରକାଶ ପାଇଛି ଘଟଣାର ତଦନ୍ତ କରାଯାଇଛି । ଜିଲ୍ଲା ଚିକିତ୍ସାଳୟର ଡିଏମଙ୍କ ନିର୍ଦେଶକ୍ରମେ ତଦନ୍ତ କରାଯାଇଛି ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ରୋଗୀ କୁନି ସାହୁ ପ୍ରେସକ୍ରିପସନ ଧରି ଆଶୁ ଚିକିତ୍ସା ବିଭାଗକୁ ଯାଇଥିଲେ । ସେଠାରେ
ତାଙ୍କ ପ୍ରେସକ୍ରିପସନ ରଖା ଯାଇଥିଲା । ତାଙ୍କ ପ୍ରେସକ୍ରିପସନର ଇଞ୍ଜେକସନ ଅନ୍ୟ ରୋଗୀଙ୍କୁ ଦିଆଯାଇଥିଲା । ଅନ୍ୟ ଜଣେ ରୋଗୀ ଆଶୁ ଚିକିତ୍ସା ବିଭାଗରେ ଇଞ୍ଜେକସନ ନେବା ପରେ କୁନିଙ୍କ ପ୍ରେସକ୍ରିପସନ ନେଇ ଚାଲି ଯାଇଥିଲେ । ଜୁନିଙ୍କୁ ଇଞ୍ଜେକସନ
ଦେବା କଥା ଆଶୁ ଚିକିତ୍ସା ବିଭାଗର ଆଟେଣ୍ଡାଣ୍ଟ ଓ ଷ୍ଟାଫ ନର୍ସ ଭୁଲି ଯାଇଥିଲେ । ଯେତେବେଳେ ନିଜେ ରୋଗୀ କୁନି ଇଞ୍ଜେକସନ ଦିଆଯାଇ ନ ଥିବାରୁ ଅସହ୍ୟ ପେଟ ବ୍ୟଥା ହେଉଛି ବୋଲି କହିଥିଲେ । ସେତେବେଳେ ଆଶୁଚିକିତ୍ସା ବିଭାଗର ଷ୍ଟାଫଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଥିଲା । ଆଶୁ ଚିକିତ୍ସା ବିଭାଗରେ ଜୁନିଙ୍କ ପ୍ରେସକ୍ରିପସନ
କୁଆଡେ ଯାଇଛି ଖୋଜା ପଡ଼ିଥିଲା। ସେତେବେଳେ ସତ
ଧରାପଡ଼ିଲା ଆଶୁଚିକିତ୍ସା ବିଭାଗର ଅବହେଳା
ଜଣାପଡ଼ିଥିଲା । କୁନିଙ୍କୁ କେଉଁ ଇଞ୍ଜେକସନ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତାହା ଜାଣିବାକୁ ରେଜିଷ୍ଟର ଖୋଲି ଦେଖୁବା ପରେ ପୁଣି ଥରେ ଜୁନିଙ୍କ ହଜି ଯାଇଥିବା ଟିକଟ ଦ୍ଵିତୀୟ ଥର କରାଯାଇଥିଲା ଉକ୍ତ ପ୍ରେସକ୍ରିପସନରେ ଡାକ୍ତର ଦେଇ ବା ଇଞ୍ଜେକସନ ଲେଖା ଯାଇଥିଲା । ତାହା ପରେ କୁନିଙ୍କୁ ଇଞ୍ଜେକସନ
ଦିଆଯାଇଥିଲା । କୁନିଙ୍କୁ ଗ୍ୟାଷ୍ଟ୍ରିକ ଇଞ୍ଜେକସନ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗ୍ୟାଷ୍ଟ୍ରିକ ଇଞ୍ଜେକସନ ଅନ୍ୟ ରୋଗୀଙ୍କୁ ଦିଆ ଯାଇଥିବାରୁ ତାହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା କାରଣରୁ ଷ୍ଟାପ ନର୍ସମାନେ ଏହାକୁ ଏତେ ଗୁରୁତର ସହ ନେଇ ନ ଥିବା ଜଣାପଡ଼ିଛି । ଭୁଲ ଇଞ୍ଜେକସନ ଦେବା ଘଟଣାକୁ ନେଇ ମାନବାଧିକାର କର୍ମୀ ଅନୁପ ପାତ୍ର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଟୁଇଟ କରି ଜଣାଇଛନ୍ତି । ପ୍ରକୃତରେ ଭୁଲ ଇଞ୍ଜେକସନ ଦେଇ ଆଶୁ ବିଭାଗ କର୍ମଚାରୀ ଭୁଲ କରିଥିବା ଘଟଣାର ଅକ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି । ଜିଲା ଚିକିତ୍ସାଳୟର ଅକାରୀ କିମ୍ବା ଆଶୁ ଚିକିତ୍ସା ବିଭାଗ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।



