୧୦ ତ।ରିଖରୁ ଜବରଦଖଲ ଉଚ୍ଛେଦ
୧୦ରୁ ଜବରଦଖଲ ଉଚ୍ଛେଦ
ରାଇଘର, ତା-୬/୧୦
ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରେ ଦୀର୍ଘ ବର୍ଷରୁ ଟ୍ରାଫିକ ସମସ୍ୟା ଅଣାୟର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବ ବିଭାଗ ପକ୍ଷରୁ ଆରମ୍ଭ ହେବ ନୂତନ ରାସ୍ତା। ଏଥ୍ନିମନ୍ତେ ରାଜସିକତାରଙ୍କ ବିଚାରଶକ୍ରମେ ରାଇଘର ମୁଖ୍ୟ ବଜାରରେ ହୁଇ ମାସ ତଳେ ରାସ୍ତା ଚଉଡ଼ା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ଶେଷ କରିଥିବା ବେଳେ ବ୍ୟବସାୟୀମାନଙ୍କୁ ତୁରନ୍ତ ଜାଗା ଖାଲି କରିବା ପାଇଁ ଲିତ ଭାବରେ ପତ୍ର ପ୍ରଦାନ କରିଥିଲେ। ତେବେ ଲଗାଣ ବର୍ଷା ଯୋଗୁ ଏହି ପ୍ରକ୍ରିୟା ବନ୍ଦ ରହିଥିବା ବେଳେ ଆସନ୍ତା ୧୦ ତାରିଖରୁ ରାସ୍ତା ପ୍ରଶସ୍ଥିକରଣ ନିମନ୍ତେ ରାଜସ୍ବ ଅଧିକାରୀମାନେ ରବିବାର ରାଇଘର
ସଦର ମହକୁମା ବ୍ୟବସାୟୀ ମାନଙ୍କୁ ଅବଗତ କରୁଥିବା ଦେଖିବାକୁ ମିଳିଛି।
ସୂଚନା ଥାଉ କି, ରାଇଘର ସଦର ମହକୁମା ଠାରେ ଦୀର୍ଘ ବର୍ଷ ଧରି ଟ୍ରାଫିକ ସମସ୍ୟା ଗୁରୁତର ସାଙ୍ଗକୁ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁ ନାନା
୨.୫ କିମି ନୂତନ ରାସ୍ତା ୧୧ ଶହ ମିଟର ୪ ଲେନ୍
ସମସ୍ୟା ଚିତ୍ର ସାମ୍ନାକୁ ଆସିଛି । ପ୍ରତ୍ୟେକ ସମୟରେ ରାସ୍ତା ପ୍ରଶସ୍ଥି କରଣ ସହ ଡ୍ରେନ ନିର୍ମାଣ ନିମନ୍ତେ ଦାବି ହୋଇ ଆସୁଥିବା ବେଳେ ଦୀର୍ଘ ବର୍ଷ ପରେ ନୂତନ ଭାବେ ଉଭୟ ରାସ୍ତା ଓ ଡ୍ରେନ ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୂର୍ତ୍ତ ବିଭାଗ | ପୂର୍ବ ବିଭାଗ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ରାଇଘର
ଜଗନ୍ନାଥ ମନ୍ଦିର ଠାରୁ ମାଉଁଲି ମନ୍ଦିର ଦୀର୍ଘ ୨.୫ (ଅଢେଇ) କିଲୋମିଟର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ନେଇ ଟେଣ୍ଡର ହୋଇଛି। ୨.୫ କିଲୋ ମିଟର ମଧ୍ୟରେ ୧୧ ଶହ ମିଟର ପତ୍ରକୋଟି ଛକ ଠାରୁ ସିଂ ଢ଼ାବା ପର୍ଯ୍ୟନ୍ତ ୪ ଲାଇନ ରାସ୍ତା ନିର୍ମାଣ ହେବ। ୪ କିଲୋମିଟର ଡ୍ରେନ ନିର୍ମାଣ ହେବ । ଉକ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ନିମନ୍ତେ ପୂର୍ବ ବିଭାଗ ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ତହସିଲ ପକ୍ଷରୁ ରାଜସ୍ବ ଅଧିକାରୀ ମାନେ ମିଳିତ ଭାବେ ଏକ ଟିମ୍ ହୋଇ ବ୍ୟବସାୟୀମାନଙ୍କୁ ରାସ୍ତା ନିର୍ମାଣ ନିମନ୍ତେ ଚିହ୍ନଟ ହୋଇଥିବା ସ୍ଥାନ ଖାଲି କରିବା ପାଇଁ ଅବଗତ କରିବା ସହ ୧୦ ତାରିଖରୁ ପ୍ରଶସ୍ଥିକରଣ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି।