ଅନାଥ ଆଶ୍ରମ ପିଲ।ଙ୍କୁ ହୋଟେଲ ମ।ଲିକ ଖାଦ୍ୟ ବାଣ୍ଟିଲେ
ଅନାଥ ଆଶ୍ରମ ପିଲାଙ୍କୁ ହୋଟେଲ ମାଲିକ ଖାଦ୍ୟ ବାଣ୍ଟିଲେ
ନବରଙ୍ଗପୁର,ତା-୬/୧୦
ନବରଙ୍ଗପୁର ସହର ସହରର ପୂଜା ହୋଟେଲ ମାଲିକ ବିଭୂତି ଭୂଷଣ ଲେଙ୍କା ତାଙ୍କ ହୋଟେଲ ପୂଜା (ଭେଜ) ପରିସରରେ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ଅତିଥ୍ ଭାବେ ନିମନ୍ତ୍ରଣ କରିଥିଲେ। ଶତାଧିକ ଅନ୍ତେବାସୀମାନଙ୍କୁ ଶ୍ରୀ ଲେଙ୍କା ଜଳଖୁଆ ଓ ମଧ୍ୟାହ୍ନ ଭୋଜନ ପରଷିଥିଲେ । ଏହି ଅଭିନବ କାର୍ଯ୍ୟକ୍ରମରେ ଅତିଥ୍ ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୌର ଅଧକ୍ଷ କୁନୁ ନାୟକ, ବରିଷ୍ଠ ଅଧ୍ବକ୍ତା ଝାଡ଼େଶ୍ଵର ଖାଡ଼ଙ୍ଗା ଓ କାଉନସିଲର ଏ ସତୀଶଙ୍କ ସମେତ ଅନ୍ୟ ମାନ୍ୟଗ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହ ଆଶ୍ରମ ଆ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପରଷିଥିଲେ। । ସମୟରେ ସାମାଜିକ ଜିକ କାର୍ଯ୍ୟକ୍ରମରେ ମାଲିକ ଶ୍ରୀ ଲେଙ୍କା ଜନହିତକର କାର୍ଯ୍ୟ କରିବା ସହ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବନ୍ଧିତ ଓ ପୁରସ୍କୃତ କରୁଥିବାରୁ ତାଙ୍କର ଏଭଳି ଅଭିନବ ପ୍ରୟାସକୁ ପ୍ରୟାସକୁ ବିଧାୟକ ଓ ଅନ୍ୟ ଅତିଥ୍ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସିନ୍ଧିଗୁଡାସ୍ଥିତ ଉତ୍କଳ ବାଳାଶ୍ରମ ଓ ମାଝୀଗୁଡାସ୍ଥିତ ଦୀନ ଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମ ଅନ୍ତେବାସୀଙ୍କ ସହ ପୌରପାଳିକା ସଫେଇ କର୍ମଚାରୀ କଲୋନୀ ପିଲାମାନେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କୁନି ଅତିଥି ଭାବେ ଯୋଗଦାନ କରିବା ସହ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ। ହୋଟେଲ ପକ୍ଷରୁ କୁନି କୁନି ଅତିଥ୍ ଭଗବାନଙ୍କ ବରଦାନ କରାଯାଇ ଆପ୍ୟାୟିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଆଶ୍ରମ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାଉନସେଲିଙ୍ଗ ଅଧିକାରିଣୀ କୁନୀମଣି ସ୍ବାଇଁ ଉପସ୍ଥିତ ଥିଲେ।