District

ମନ ମୋହୁଛି ରାଷ୍ଟ୍ରପତି ଭବନ, ବିଷ୍ନୁ ମନ୍ଦିର ସଦୃଶ ତୋରଣ ପୂଜ। ମଣ୍ଡପ ବୁଲିଲେ ଗଣଶିକ୍ଷାମନ୍ତ୍ରୀ

ମନ ମୋହୁଛି ରାଷ୍ଟ୍ରପତି ଭବନ, ବିଷ୍ଣୁ ମନ୍ଦିର ସଦୃଶ ତୋରଣ ପୂଜା ମଣ୍ଡପ ବୁଲିଲେ ଗଁଣଶିକ୍ଷା ମନ୍ତ୍ରୀ

ଉମରକୋଟ, ୩୦/୯

ଉମରକୋଟ ପୌରାଞ୍ଚଳରେ ପ୍ରାୟ ୧୧ଟି ସ୍ଥାନରେ ମା’ ପୂଜା ପାଉଛନ୍ତି। କିଛି ମଣ୍ଡପରେ ସପ୍ତମୀ ପୂଜା କରାଯାଉଥିବା ବେଳେ କିଛି ମଣ୍ଡପରେ ଅଷ୍ଟମୀ ପୂଜା କରାଯାଉଛି। ଅଷ୍ଟମୀରେ ଦୁର୍ଗା ମା’ଙ୍କ ମହାଗୌରୀ ରୂପକୁ ପୂଜା କରାଯାଉଛି। ବର୍ତ୍ତମାନ ସହରରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼। ବର୍ଷା ନ ଥିବାରୁ ପଡ଼ୋଶୀ ଛତିଶଗଡ଼ ସମେତ ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଅଞ୍ଚଳରୁ ପ୍ରବଳ ଭକ୍ତ ଆସୁଛନ୍ତି। ଡିଏନ୍‌କେ ପୂଜା ମଣ୍ଡପକୁ ରାଷ୍ଟ୍ରପତି ଭବନ ଭାବେ ସଜ୍ଜାଯାଇଛି। ଭଞ୍ଜ ମଣ୍ଡପ ମେଢ଼କୁ ବିଷ୍ଣୁ ମନ୍ଦିରର ରୂପ ଦିଆଯାଇଛି। ସେହିପରି ଗୁଲିପାଟଣା ସାହି ମେଢ଼ ଦେଖୁବାକୁ ଲୋକଙ୍କ ଭିଡ଼ ଦେଖାଯାଉଛି। ସୋମବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକଙ୍କ ସୁଖ, ଶାନ୍ତି, ସମୃଦ୍ଧି ସହ ଅଞ୍ଚଳର ବିକାଶ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button