District

ବ।ଇକ ଦୁର୍ଘଟଣାରେ ୨ମୃତ

ବାଇକ୍ ଦୁର୍ଘଟଣାରେ ୨ ମୃତ

ଡାବୁଗାଁ/ ଉମରକୋଟ, ୩୦/୯

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଂସାରୀ ଫାଣ୍ଡି ଅଧୀନ ଓଲମାଗୁଡ଼ା ଜଙ୍ଗଲରେ ରବିବାର ସନ୍ଧ୍ୟାରେ ବାଇକ୍ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ଖୋଲା ଗ୍ରାମର କମଳଲୋଚନ ଗୌଡ (୪୦) ଓ ବାହୁ ଭତ୍ରା (୩୯)। ସୂଚନାନୁଯାୟୀ, କମଳଲୋଚନ ଓ ବାଦୁ ରବିବାର ସନ୍ଧ୍ୟାରେ କାରାଗାଁ ଗ୍ରାମରୁ ଏକ ଦଶାହ କାର୍ଯ୍ୟ ସାରି ବାଇକ୍ (ସିଜି-୨୭କେ-୧୧୯୫) ଯୋଗେ ଫେରୁଥିଲେ। ଏହି ସମୟରେ ଧୋଡ୍ରା-ସିଂସାରୀ ମୁଖ୍ୟରାସ୍ତାରେ ଓଲମାଗୁଡ଼ା ଜଙ୍ଗଲ ଭିତରେ ବିପରୀତ ଦିଗରୁ ଆସୁଥିବା ଏକ କାର (ଓଆର୍-

୦୯କେ-୨୧୫୨) ସହ ଧକ୍କା ହୋଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲେ। ପୋଲିସ ପହଞ୍ଚୁ ଆହତଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ କମଳଲୋଚନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଦୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ମୃତ୍ୟୁ ଘଟିଥିଲା। ମୃତ କମଳଲୋଚନଙ୍କ ବାପା ସନଧର ରବିବାର ରାତ୍ରିରେ ଥାନାରେ ଏତଲା ଦେଇଥିଲେ। ସୋମବାର ସିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଡାକ୍ତରଖାନାରେ ପହ‌ଞ୍ଚି ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନା କେଶ୍ ନଂ. ୧୯୮/୨୫ ରେ ଏକ ମାମଲା ରୁଜୁ କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button