District

ଦୈନନ୍ଦିନ ଖାଦ୍ୟ ରେ ମିଲେଟସକୁ ସ।ମିଲ ଲକ୍ଷ

ଦୈନନ୍ଦିନ ଖାଦ୍ୟରେ ମିଲେଟ୍ସକୁ ସାମିଲ ଲକ୍ଷ୍ୟ

କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ।

ତେନ୍ତୁଳିଖୁଣ୍ଟି, ୨୭/୯

ଶ୍ରୀ ଅନ୍ନ ଅଭିଯାନ, ବ୍ଲକ୍ କୃଷି ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ମିଲେଟ୍‌ର ଏକ କର୍ମଶାଳା ଗୁରୁବାର ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବ୍ଲନ୍ ଶିଶୁ ବିକାଶ ପ୍ରକଳ୍ପ ଅଧୁକାରୀ ବିନୀତା ଜେଠି ଯୋଗଦେଇଥିଲେ। ମିଶନ ଶକ୍ତିରୁ ସଞ୍ଜୀବ କୁମାର ବେହେରା, ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ତଥା ବ୍ଲକ୍ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ନବଗାମୀ କୃଷକ ଉତ୍ପାଦକ କମ୍ପାନୀ ମୁଖ୍ୟ ନିର୍ବାହୀ ଅଧୂକାରୀ ଅଶ୍ୱିନୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ମିଲେଟକୁ କିପରି ଦୈନନ୍ଦିନ ଜୀବନରେ ଖାଇପାରିବା, ମାଣ୍ଡିଆ ଜନିତ ଖାଦ୍ୟ, ଏହାର ଉପକାରିତା, ମାଣ୍ଡିଆ ଚାଷ

ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ପିଲେଟ୍ସ କର୍ମଶାଳା

ଆଦି ଉପରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ମିଲେଟ୍ସ ଉପରେ ଥିବା ଫଟୋ, ଭିଡିଓ ମଧ୍ୟ ସମସ୍ତଙ୍କ ଆଗରେ ଉପସ୍ଥାପନା କରାଗଲା। ଓଡ଼ିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ସମ୍ପର୍କରେ ବିଦ୍ୟାଳୟ ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ ବ୍ଲକ୍ ସଂଯୋଜକ ନିଶାନ୍ତ ବିଷୋୟୀ ଜଣାଇଥିଲେ। ଏହି କର୍ମଶାଳାରେ ବିଦ୍ୟାଳୟର ୫୦୦ ଛାତ୍ରୀଛାତ୍ରଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମେତ ଅଗ୍ରଗାମୀ ପକ୍ଷରୁ ଜୟ ପାତ୍ର, ଜଗନ୍ନାଥ ଦିଶାରି, ନିରୋଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ଅଧ୍ଯକ୍ଷ ଧନ୍ୟବାଦ ଜଣାଇ କର୍ମଶାଳାକୁ ସମାପ୍ତ କରିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button