ଖଟିଆରେ ନଦୀ ପ।ର ହେଲେ ଗର୍ଭବତୀ ମହିଳା
ଖଟିଆରେ ନଦୀ ପାରହେଲେ ଗର୍ଭବତୀ
କାମାକ୍ଷାନଗର, ୨୭/୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ରେ ପୁଣି ଜନନୀ ଯନ୍ତ୍ରଣା ସାମ୍ନାକୁ ଆସିଛି ଉକ୍ତ ବ୍ଲକ୍ ସନ୍ଦର ମହକୁମାଠାରୁ ମାତ୍ର ୧୦ କିମି ଭିତରେ ଥିବା କାନପୁରା ପଞ୍ଚାୟତ ଗୁଣ୍ଡିଚାନାଳୀ ଜନାମାଟିସାହିର ଉପାନ୍ତ ଅଞ୍ଚଳରେ ଏକଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୩ କିମି ଉପରେ ଖଟିଆରେ ଦୋଳା କରି ଗାଁର ଆହୁଡ଼ା ଖାବୁଡ଼ା ରାସ୍ତାରେ ଜର୍ମୀ ମୁର୍ମୁ (୨୫ବର୍ଷ) ଙ୍କୁ ଗତକାଲି ବିଳମ୍ବିତ ରାତିରେ ବୋହିକି ଆଣାଯାଉଥିଲା। ରାମିଆଳ ନଦୀରେ ଅଣ୍ଡାଏ ପାଣିରେ ପାରି ହେବାବେଳକୁ ପ୍ରସବ ବେଦନା ବଢ଼ିଥିଲା। ସାଙ୍ଗରେ ଆଶାକର୍ମୀଙ୍କ ସହିତ ପରିବାର ଲୋକେ ଓ ଗ୍ରାମବାସୀ ତପସ୍ଥିତ ଥିଲେ ନଦୀ ପାଇ ହେବାପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ତାଙ୍କୁ ତୁରନ୍ତ
କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଋଷି କରାଯାଇଥିଲା। ପରେ ଢେଙ୍କାନାଳ ମୁଖ୍ୟ ଡାନ୍ତ୍ରରଖାନାକୁ ସ୍ଥାନାନ୍ତର କରାଯାଇଥିଲା ସୂଚନା ଥାଉକି, କାମାକ୍ଷାନଗରଠାରୁ ନଦୀ କୂଳ ଯାଏଁ ୭କିମି ଭଲ ରାଘ୍ର ଥିବାବେଳେ ସେଠାରୁ ଗାଁକୁ ରାସ୍ତା ନାହିଁ। ନଦୀ ପାରି ହେବା ପରେ ପାଦଚଲା ଗାତ୍ରାରେ ଯିବାକୁ ପଡ଼ିବ ଏବେ କି ଗାଁକୁ ଆମ୍ବଳାରୁ ଯାଇ ପାରିବା ସମ୍ଭବ ନୁହେଁ ସରକାର ବିକାଶ କଥା କହୁଥିବାବେଳେ ଉକ୍ତ ଅଞ୍ଚଳରରେ ବିନାଶର ନଗ୍ନ ରୂପ ଦେଖିବାକୁ ମିଳିଛି। ତେବେ ଏହା ଆଜିର କଥା ନୁହଁ, ଅଞ୍ଚଳବାସୀଙ୍କ ପାଇଁ ଏହା ନୀତି ତିନିଆ ଘଟଣାରେ ପରିଣୀତ ହୋଇଗଲାଣି ଆଶ୍ଚର୍ଯ୍ୟର କଥା, କାମାଞ୍ଚନଗର ସଦର ମହକୁମାଠାରୁ ମାତ୍ର ବମ୍ ଦୂରରେ ଥିବା ଏହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି



