ଅଦି କ।ଯୋଜନାରେ କିଶୋରୀଙ୍କ ଭୁବନେଶ୍ବର ଗସ୍ତ
ଅଦ୍ବିକା ଯୋଜନାରେ କିଶୋରୀଙ୍କ
ଭୁବନେଶ୍ବର ଗସ୍ତ
ନବରଙ୍ଗପୁର, ୨୬/୯ : ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ଆନ୍ତ ଜିଲ୍ଲା ଅନୁଭୂତି ସକାଶେ ପରିଦର୍ଶନ ଯିବାର ବ୍ୟବସ୍ଥା ଥିବାରୁ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଅଦ୍ବିକା ଯୋଜନାରେ କୋଷାଗୁମୁଡ଼ା, ପାପଡ଼ାହାଣ୍ଡି, ଡ଼ାବୁଗାଁ ଓ ଉମରକୋଟ ବ୍ଲକର ୧୪ରୁ ୧୮ ବର୍ଷର ୩୩ ଜଣ କିଶୋରୀ ବାଳିକା ଭୁବନେଶ୍ବରକୁ ଗସ୍ତ କରିଛନ୍ତି। ଏହି ସମୟରେ ଜିଲ୍ଲାପାଳ ଡ. ମହେଶ୍ଵର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ନବରଙ୍ଗପୁର ବିଧାୟକ ପ୍ରତିନିଧି ଦେବଦାସ ମହାଙ୍କୁଡ଼, ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଉପସ୍ଥିତ ରହି ପତାକା ଦେଖାଇ ଯାତ୍ରାର ଶୁଭେଚ୍ଛା କାମନା କରିଥିଲେ। ଏହି ଯାତ୍ରାରେ କିଶୋରୀଙ୍କ ସୁରକ୍ଷା ଦାୟିତ୍ବରେ ରହି ପ୍ରକଳ୍ପ ସଂଯୋଜିକା ରୋମା ପଟ୍ଟନାୟକ, ସସ୍ମିତା ପାତ୍ର, ପ୍ରୀତି କୁମାରୀ ବାଘ, ସୁମିତ ରାଜ ମିଶନ ଗ୍ରାହାମ ଏବଂ ଚାରୋଟି ବ୍ଲକର ଚାରିଜଣ ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କ ସହ ଗସ୍ତ କରିଛନ୍ତି । ଭୁବନେଶ୍ଵରରେ ବିଶ୍ବ ଦକ୍ଷତା କେନ୍ଦ୍ର, କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର ଆଇଟିଆଇ ପରିଦର୍ଶନ କରାଇ କିଶୋରୀମାନଙ୍କ ମଧ୍ୟରେ ସାବଲମ୍ବୀ ହେବାର ଆଗ୍ରହ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି ଗସ୍ତର ଆୟୋଜନ କରାଯାଇଛି।