ପ୍ରବେଶନ ଅଧିକାରୀଙ୍କ ତତ୍ତ୍ଵାବଧାନରେ ରହିବେ ଅଭିଯୁକ୍ତ
ପ୍ରବେଶନ ଅଧିକାରୀଙ୍କ ତତ୍ତ୍ବାବଧାନରେ ରହିବେ ଅଭିଯୁକ୍ତ
ନବରଙ୍ଗପୁର, ୨୬/୯: ନବରଙ୍ଗପୁର ଜିଲ୍ଲା ଜଜ୍ ସୁବ୍ରତ ମହାନ୍ତି ଏକ ପ୍ରାଣାନ୍ତକ ଆକ୍ରମଣ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ମାରନେସ ଗ୍ରାମର ଅଭିଯୁକ୍ତ ବାଳକୃଷ୍ଣ ବିଶୋଇଙ୍କୁ ଆଇପିସିର ଧାରା ୩୨୫ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରୋବେଶନ ଅଫ୍ ଅଫଣ୍ଡେର ଆକ୍ଟ ୧୯୫୮ର ଧାରା ୪(୧)(୩)ରେ ପ୍ରୋବେଶନ ଅଧିକାରୀଙ୍କ ତତ୍ତ୍ବାବଧାନରେ ଜରୁରି ମୁଚାଲିକାରେ ଛାଡିଛନ୍ତି। ତେବେ ଅଭିଯୁକ୍ତ ବାଳକୃଷ୍ଣ ବର୍ଷକ ପର୍ଯ୍ୟନ୍ତ ପ୍ରବେଶନ ଅଧିକାରୀଙ୍କ ଅଧୀନରେ ରହିବେ | ବାହାରେ ରହିବା ସମୟରେ ପୁଣି ପୀଡିତ କୃଷ୍ଣଚନ୍ଦ୍ର କିମ୍ବା ତାଙ୍କ ପରିବାର କିମ୍ବା ଅନ୍ୟ କାହାରି ସହ ବର୍ଷକ ମଧ୍ୟରେ କିଛି ଗଣ୍ଡଗୋଳ କରନ୍ତି, ଧମକଚମକ ଦିଅନ୍ତି ତେବେ ମାମଲାର ପୁଣି ଶୁଣାଣି କରାଯିବ ବୋଲି ରାୟ ଦେଇଛନ୍ତି । ଘଟଣାର ସହଅଭିଯୁକ୍ତ ସର୍ବେଶ୍ବର ବିଶୋଇଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିଦୋଷରେ ଖଲାସ କରିଛନ୍ତି ।
୨୦୦୨ ମସିହା ଅଗଷ୍ଟ ୮ତାରିଖ ରାତି ୮ଟାରେ ବାଳକୃଷ୍ଣ ବିଶୋଇ ନିଜ ଗାଁର କୃଷ୍ଣଚନ୍ଦ୍ର ବିଶୋଇଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ନେଇ କୃଷ୍ଣଚନ୍ଦ୍ର ବାରଣ କରିବାରୁ ଗୋଟିଏ ପଥରେ ବାଳକୃଷ୍ଣ ଆକ୍ରମଣ କରିଥିଲେ। ତେଣୁ କୃଷ୍ଣଚନ୍ଦ୍ର ଅଚେତ ହୋଇଯାଇଥିଲେ। ଆକ୍ରମଣରେ ସର୍ବେଶ୍ଵର ବିଶୋଇ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ଦୁଇ ଦିନ ପରେ କଷ୍ଣଚନ୍ଦ୍ରଙ୍କ ପତ୍ନୀ କରୁଣା ବିଶୋଇ ତେନ୍ତୁଳିଖୁଣ୍ଟ ଥାନାରେ ଏତଲା ଦେଇଥିଲେ। ଏହି ମାମଲାକୁ ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା
କରିଥିଲେ ଏବଂ ଏବଂ ଡେପୁଟି ଡାଇରେକ୍ଟର