District

ବଜ।ରକୁ ଆସିଲ। କୋରାପୁଟିଆ ଆଳୁ

ବଜାରକୁ ଆସିଲା କୋରାପୁଟିଆ ଆଳୁ

ଉତ୍ପାଦନ ବଢ଼ିଲା, ବଜାରୀକରଣ ବ୍ୟବସ୍ଥା କରିବାକୁ ଦାବି

କୋରାପୁଟ, ୨୫/୯: ଆଗୁଆ ଆଳୁ ବୁଣିଥିବା ଚାଷୀ ଅମଳ ଆରମ୍ଭ କରିଛନ୍ତି। କିଛି ଦିନ ହେଲା ବଜାରରେ ଉପଲବ୍ଧ ହେଉଛି କୋରାପୁଟିଆ ଆଳୁ ଚଳିତବର୍ଷ କୋରାପୁଟ ଜିଲ୍ଲାରେ ୪୬୬୮୫ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି ଉଦ୍ୟାନକୃଷି ବିଭାଗ

ଆଳୁ ଚାଷ ପାଇଁ ପାଣିପାଗ ଓ ମୃତ୍ତିକା ଅନୁକୂଳ ରହିଥିବାରୁ କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ଆଳୁ ଚାଷ ପରିମାଣ ବଡ଼ଛି। ଗତବର୍ଷ ୬୭୩ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଚଳିତବର୍ଷ ୩୧୫୦ ହେକ୍ଟର ଜମିରେ ଚାଷ କରିଛି ଉଦ୍ୟାନକୃଷି ବିଭାଗ ସେହିପରି ବିଭିନ୍ନ ସଂସ୍ଥା ମାଧ୍ୟମରେ ୨୦୦ ହେକ୍ଟର ଜମିରେ ଚାଷୀ ଆଳୁ ଚାଷ କରିଛନ୍ତି। ଚଳିତ ଖରିଫ ଋତୁରେ ଅନୁକୂଳ ପାଗ ଯୋଗୁଁ ଉତ୍ପାଦନ ବଢ଼ିଥିବା ଜଣାପଡ଼ିଛି ଗୋଟିଏ ହେକ୍ଟର ଜମିରେ ୧୫୦ କୁଇଣ୍ଟାଲରୁ ଅଧିକ ଅମଳ ହେବ ବୋଲି ଲକ୍ଷ୍ୟ ରହିଥିବା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାନ କୁମାର ବିଶ୍ଵାଳ କହିଛନ୍ତି ଜିଲ୍ଲାର କୋରାପୁଟ ବ୍ଳକରେ ୨୪୯ ହେକ୍ଟର, ଦଶମନ୍ତପୁରରେ ୨୦୭,

ଲକ୍ଷ୍ମୀପୁରରେ ୧୩୬, ପଟାଙ୍ଗିରେ ୩୦୯, ସେମିଳିଗୁଡାରେ ୬୩୪, ନନ୍ଦପୁରରେ ୯୬୩, ଲମତାପୁଟରେ ୫୯୨, ନାରାୟଣପାଟଣାରେ ୪୦ ଓ ବନ୍ଧୁଗାଁ ବ୍ଲକରେ ୨୦ହେକ୍ଟର ଜମିରେ ଚାଷ ହୋଇଥିବା ସୂଚନା ମିଳିଛି।

ଜୁନ୍ ଦ୍ଵିତୀୟ ସପ୍ତାହରୁ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଷୀ ବିହନ

ବୁଣିଥାଏ। ବୁଣିବାର ୯୦ଦିନ ମଧ୍ୟରେ ଅମଳ ହୋଇଥାଏ। ତେଣୁ ଯେଉଁ ଚାଷୀ ଜୁନ୍ ଦ୍ଵିତୀୟ ସପ୍ତାହରେ ବିହନ ବୁଣିଥିଲେ ବର୍ତମାନ ଉତ୍ପାଦନ ଆରମ୍ଭ କରିଛନ୍ତି। ଡିସେମ୍ବର ମାସ ପର୍ଯ୍ୟନ୍ତ ଅମଳ ଚାଲିବା ବଜାରରେ ଏବେ ଉପଲବ୍ଧ ଥିବା ପଶ୍ଚିମବଙ୍ଗ ଆଳୁର ଖୁଚୁରା ଦର ୨୦ଟଙ୍କା ରହିଥିବା ବେଳେ କୋରାପୁଟ ଆଳୁର ଖୁଚୁରା ଦର ୨୫ଟଙ୍କା ପର୍ଯ୍ୟନ୍ତ ରହିଛି

ହୋଲସେଲ ଦର ୧୫ରୁ ୧୬ଟଙ୍କା ରହିଛି। ସଅଳ ଉତ୍ପାଦନ ହୋଇଥିବାରୁ କୋରାପୁଟ ଆଳୁ ଝାରଖଣ୍ଡ, ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟକୁ ଚାଲାଣ ହେଉଛି! ଯଦିଓ ବାହାର ବଜାରରେ ଚାହିଦା ଅଧିକ ରହିଛି, ତେବେ ଦରକୁ ନେଇ ଚାଷୀ ଚିରିତା ଉପରୋକ୍ତ ରାଜ୍ୟ ଗୁଡ଼ିକରେ ଛଟ୍‌ପୂଜା ସମୟରେ ନୂଆ ଆଳୁ ବ୍ୟବହାର କରିବାର ପ୍ରଥା ରନ୍ଧିଥିବାରୁ କୋରାପୁଟ ଆଳୁ ବର୍ତ୍ତମାନ ଏହି ରାଜ୍ୟ ଗୁଡିକକୁ ଚାଲାଣ ହେଉଛି। ଅନ୍ୟପକ୍ଷରେ ସ୍ଥାନୀୟ ବ୍ୟବସାୟୀ ସିଂହଭାଗ ଆଳୁ କିଣୁଥିବାରୁ ଚାଷୀ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି। ବାହାର ରାଜ୍ୟ ବ୍ୟବସାୟ ଆସିଲେ ଦର ବଢ଼ିବ ବୋଲି ଆଶା ରଖିଛନ୍ତି। କୋରାପୁଟ ଉତ୍ପାଦକ ସଂଗଠନ ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି, ୧୯୯୦ ମସିହା ବେଳକୁ କୋରାପୁଟ ଜିଲ୍ଲାରେ ୫୦ଏକର ଜମିରେ ଆଳୁ ଚାଷ ହେଉଥିଲା। ଏବେ ପ୍ରାୟ ୩୫୦୦ ହେକ୍ଟର ଜମିରେ ଚାଷ ହେଉଛି ବଜାରୀକରଣ ବ୍ୟବସ୍ଥା କରାନଗଲେ ଚାଷୀ ଉଚିତ ମୂଲ୍ୟ ପାଇବେ ନାହିଁ। ତେଣୁ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button