ନଈ ମଝିରେ ଫଶିଲେ ଛେଳି ଓ ମଣିଷ
ନଈ ମଝିରେ ଫସିଲେ ଛେଳି ଓ ମଣିଷ
ନବରଙ୍ଗପୁର, ୨୫/୯ : ନଈ ମଝିରେ ଫସିଲେ ଛେଳି ଓ ମଣିଷ । ଏ ଭଳି ଘଟଣା ଦେଖୁବାକୁ ମିଳିଛି
ନବରଙ୍ଗପୁର ଜିଲ୍ଲା ଚନ୍ଦ ହାଣ୍ଡି ବ୍ଲକ ଅନ୍ତର୍ଗତ ବାବୁରିଆ ଗାଁ ନିକଟ ତେଲନଦୀ ଠାରେ । ନଦୀ ର ପାଣି ହଠାତ ବୃଦ୍ଧି ପାଇବା କାରଣରୁ ଦୁଇଜଣ ବ୍ୟକ୍ତି ଏବଂ ୨୪ଟି ଛେଳି ଫସିଯାଇଥିଲେ। ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ଯାଇ ପଶିଥିବା ୨ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଘଟଣାରେ
ଫସିଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ବାବୁରିଆ ଗାଁ ର ଜୟଲାଲ ନାଗେଶ ଏବଂ କୁଞ୍ଜବିହାରୀ ମଟିଆ। ସେମାନେ ସକାଳ ସମୟରେ ଛେଳି ଙ୍କୁ ଚରାଇବା ପାଇଁ ନଦୀର ଅନ୍ୟ ପାର୍ଶ୍ବ କୁ ନେଇଯାଇଥିଲେ । ଅପରାହ୍ନ ରେ ଛେଳି ଚରାଇ ଫେରିବା ସମୟରେ ନଦୀ ପାର କରୁଥିବା ବେଳେ ହଠାତ ନଦୀ ପାଣିର ସ୍ତର ବୃଦ୍ଧି ପାଇବା କାରଣରୁ ସେମାନେ ଫସିଯାଇଥିଲେ ଏବଂ ନଦୀ ମଝିରେ ଥିବା ଏକ ଢେପ ସ୍ଥାନ ରେ ଅଟକି ରହିଥିଲେ । ଏ ସମ୍ପର୍କ ରେ ଗ୍ରାମବାସୀ ଅଗ୍ନିଶମ ବାହିନୀ ଙ୍କୁ ଜଣାଇବା ପରେ ତୁରନ୍ତ ଘଟଣାସ୍ଥଳ ରେ ପହଞ୍ଚି ୨ ଜଣ ଏବଂ ଛେଳିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ନାରାୟଣ ସାହୁ, ଅନନ୍ତ ପୋଟେଲ, ଗିରିଧର ଦଣ୍ଡସେନା, ତୁଲସୀରାମ ରାଣା, ରାଜୁ ପ୍ରସାଦ ସାହୁ ଏବଂ” ଅନୁଜ କୁମାର ସାହୁ ଉଦ୍ଧାର କାର୍ଯ୍ୟ କରିଥିଲେ ।