District

ସମସ୍ୟା ଘେରରେ ନରସିଂହ ଗୁଡ। ବିଦ୍ୟାଳୟ

ସମସ୍ୟା ଘେରରେ ନରସିଂହଗୁଡ଼ା ବିଦ୍ୟାଳୟ

ନନ୍ଦାହାଣ୍ଡି, ୨୫/୯: ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଅଧୀନସ୍ଥ ନରସିଂହଗୁଡ଼ା ଉନ୍ନୀତ ଉଚ୍ଚବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ଏବଂ ଅନ୍ୟ ସ୍ଥାନରେ ଉଚ୍ଚବିଦ୍ୟାଳୟ ରହିଛି। କିନ୍ତୁ ବହୁ ଦିନ ହେଲା ପ୍ରାଥମିକ ବିଦ୍ୟାଳୟର ପାଚେରି, ଫାଟକ ଓ ରୋଷେଇଗୃହ ଭାଙ୍ଗି ଯାଇଛି। ଅନ୍ୟପଟେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ପଢ଼ିବା ସମୟରେ ସମସ୍ୟା ଦେଖାଦେଉଛି। ଗତ ଦିନରେ ୫-ଟି ଅଧୀନରେ ଉଚ୍ଚବିଦ୍ୟାଳୟର ଉନ୍ନତୀକରଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଅନେକ କାମ ଅଧପନ୍ତରିଆ ଅବସ୍ଥାରେ ରହିଛି। ବଗିଚା, ପାଚେରି ଓ ରୋଷଇଗୃହ ଭଳି କାମ ହୋଇପାରିନି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୦ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୧୦ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ।

ସ୍ଥାୟୀ ପ୍ରଧାନଶିକ୍ଷକ ଓ ୩ଜଣ ଶିକ୍ଷକଙ୍କ ଆବଶ୍ୟକ ରହିଛି । ତୁରନ୍ତ ବିଦ୍ୟାଳୟର ସମସ୍ତ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button