District

ସ୍ଵଚ୍ଛତା ହିଁ ସେବ। କାର୍ଯ୍ୟକ୍ରମ ଅନୁଷ୍ଠିତ ଦଶମନ୍ତପୁର ବ୍ଲକ

ଗଲି ଗଲି ହର ଗଲି ସ୍ବଚ୍ଛ ଭାରତ ମିଶନ ଅଭିଯାନ -୨୦୨୫

‘ସ୍ୱଚ୍ଛତା ହିଁ ସେବା‘କାର୍ଯ୍ୟକ୍ରମ ଅନୁଷ୍ଠିତ, ଦଶମନ୍ତପୁର ବ୍ଳକ

କୋରାପୁଟ ୨୫/୯: କୋରାପୁଟ ଜିଲ୍ଲାରେ ରହିଥ‌ିବା ୧୪ ଗୋଟି ବ୍ଲକରେ ଗତ ୧୭ତାରିଖ ଦିନ ଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ଦେଖିବାକୁ ମିଳିଛି । ତାହା ସହ ଆଜି ଦଶମନ୍ତପୁର ବ୍ଳକରେ ସ୍ୱଚ୍ଛ ଭାରତ ମିଶନ ବ୍ଲକ ବିଆସି ସି ମହେଶ୍ବର ଦାସଙ୍କ ଗୁରୁତ୍ଵପୂର୍ଣ ସଭାପତିତ୍ୱରେ ଏହି ବ୍ଲକର ୧୬ ଗୋଟି ପଞ୍ଚାୟତରେ ପିଆର୍ ମେମ୍ବର ମାନଙ୍କୁ ନେଇ ନିଜ ନିଜର ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ଗାଁ ଠୁ ଆରମ୍ଭ କରି ପଞ୍ଚାୟତ, ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟ ପରିସର, ରାସ୍ତାଘାଟ ଏବଂ ମୁଖ୍ୟ ମୁଖ୍ୟ ସ୍ଥାନ ଗୁଡିକରେ ସଫା ସୂତ୍ର କରିବା ନିମନ୍ତେ ଗୁରୁତ୍ବପୂର୍ଣ ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଡ଼ିଓ ମିଲନ କୁମାର ଝାଙ୍କରଙ୍କ ତତ୍ତ୍ବାବଧାନରେ ସ୍ୱଚ୍ଛତା

କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଅଶୋକ କୁମାର ହୋଟା,ଜେଇ ସେକ୍ସ୍ ସାଜିଦ୍ ଅଲି ଖୁରେସି, ଏସିପି ସାଲ୍ଗୁନ କୁମାର ନାହଁକ, ଜେଇ ଧର୍ମେନ୍ଦ୍ର ନାୟକ,

ଅନ୍ୟାନ୍ୟ ସରପଞ୍ଚ ଏବଂ ବିଭିନ୍ନ ପଞ୍ଚାୟତର ପିଆର୍ ମେମ୍ବର ମାନେ ଇତ୍ୟାଦି ଉପସ୍ଥିତ ଥିଲେ । ତାହା ସହ ଏହି କାର୍ଯ୍ୟକ୍ରମ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଆସିସି ମହେଶ୍ଵର କୁମାର ଦାସ ଉପସ୍ଥାପନ କରିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button