District

ନବରଙ୍ଗପୁର ଜିଲ୍ଲାର ଶିଶୁ କଲ୍ୟାଣ କମିଟିର ଜିଲ୍ଲାସ୍ତରର ନିଯୁକ୍ତି ଦ।ବି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ଦ।ବି ପତ୍ର

ନବରଙ୍ଗପୁର ଜିଲ୍ଲା ଶିଶୁ କଲ୍ଯାଣ କମିଟିରେ ଜିଲ୍ଲାସ୍ତରୀୟ ନିଯୁକ୍ତି ଦାବି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ନବରଙ୍ଗପୁର, ୨୪/୯: ଓଡ଼ିଶା

ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୁନରେ କାର୍ଯ୍ୟରତ ଶିଶୁ କଲ୍ୟାଣ କମିଟିରେ ଆଗାମୀ ୩ ବର୍ଷ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭହୋଇଛି । ଏହି କମିଟିରେ ଜଣେ ଅଧ୍ଯକ୍ଷ ଓ ୪ ସଦସ୍ୟ ନିଯୁକ୍ତ ହେବେ । ନବରଙ୍ଗପୁର ଜିଲ୍ଲାର ଆବେଦନକାରୀ ମାନେ ନିଯୁକ୍ତି ନିୟମ ଅନୁଯାୟୀ ଶିକ୍ଷିତ ଓ ଶିଶୁ କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆନଯାଇ ବାହାର ଜିଲ୍ଲାର ଆବେଦନକାରୀଙ୍କୁ ପୂର୍ବରୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି, ସେମାନେ ଅନେକ ସମୟରେ ଏହି ସରକାରୀ ଅନୁଷ୍ଠାନରେ ଉପସ୍ଥିତ ରହୁନାହାନ୍ତି ଓ ନିଜ ଦାୟିତ୍ଵ ନିଷ୍ଠାର ସହ ପାଳନ କରୁନାହାନ୍ତି, ତଥାପି ସରକାରୀ ଦରମା ପାଉଛନ୍ତି| ଜୁଭେନାଇଲ୍‌ ଜଷ୍ଟିସ୍ ( ଶିଶୁ ମାନଙ୍କ ଯନ୍ତ୍ର ଓ ସୁରକ୍ଷା) ଅଧୁନିୟମ, ୨୦୦୦ ର ଧାରା ୨୯ ଅନୁଯାୟୀ ଏବଂ ୨୦୦୬ (ସଂଶୋଧନ) ନିୟମ, ଜୁଭେନାଇଲ୍‌ ଜଷ୍ଟିସ୍ (ଶିଶୁମାନଙ୍କର ଯନ୍ତ୍ର ଏବଂ ସୁରକ୍ଷା) ଓଡି଼ଶା ନିୟମ, ୨୦୦୨ର ନିୟମ ୨୪ ଓ ୨୦୦୯ (ସଂଶୋଧନ) ନିୟମ ଅନୁଯାୟୀ ଯନ୍ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କ ସଂପର୍କରେ ଏପରି କମିଟି ଉପରେ ଦିଆଯାଇଥୁବା ଦାୟିତ୍ଵ ତୁଲାଇବା ପାଇଁ ସମୟ ସମୟରେ ଜିଲ୍ଲାମାନଙ୍କରେ ଶିଶୁ କଲ୍ୟାଣ କମିଟି

ଗଠନ ହୋଇଥାଏ । କିନ୍ତୁ ନବରଙ୍ଗପୁର ଜିଲ୍ଲାର ଯୋଗ୍ୟ ଆବେଦନକାରୀଙ୍କୁ ନିଯୁକ୍ତି ଦିଆନଯାଇ ବାହାର ଜିଲ୍ଲାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଯୋଗୁଁ ଜିଲ୍ଲାର ଶିଶୁ କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନର ଉଦ୍ଧେଶ୍ୟ ବିଫଳ ହେଉଥିବା ସ୍ମାରକପତ୍ରରେ ବର୍ଷାଯାଇଛି । ନାବାଳକ ନ୍ୟାୟ (ଶିଶୁମାନଙ୍କର ଯନ୍ତ୍ର ଏବଂ ସୁରକ୍ଷା) ଅଧୁନିୟମର ଧାରା -୩୧ ଅନୁ ଯାୟୀ, ଶିଶୁମାନଙ୍କର ଯନ୍ତ୍ର, ସୂରକ୍ଷା, ଚିକିତ୍ସା, ବିକାଶ ପାଇଁ ଏବଂ ପୁନଃ ଥଇଥାନ ତଥା ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ କମିଟିର ଅନ୍ତିମ ଅଧିକାର ରହିଛି । କିନ୍ତୁ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାର ଆଞ୍ଚଳିକ ଭାଷା ସହିତ ବାହାର ଜିଲ୍ଲାର ନିଯୁକ୍ତ ବ୍ୟକ୍ତି ମାନେ ଅଭିଜ୍ଞ ଓ ଅବଗତ ନଥୁବା ଯୋଗୁଁ ସେମାନେ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ନଥୁବା ଉକ୍ତ ସ୍ମାରକପତ୍ରରେ

ଦର୍ଶାଯାଇଛି। ଗୋଟିଏ ଅଧ୍ଯକ୍ଷ ଓ ୪ଟି ସଦସ୍ୟ ପଦବୀରେ ଆଗାମୀ ନିଯୁକ୍ତି ପାଇଁ ସମୁଦାୟ ୨୭ ଆବେଦନକାରୀଙ୍କ ମଧ୍ୟରୁ କଟକ ଜିଲ୍ଲାର ୨, ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାର ଜଣେ ଲେଖାଏଁ ଓ କୋରାପୁଟ ଜିଲ୍ଲାର ୩ ଆବେଦନ କରିଛନ୍ତି ଏବଂ ନବରଙ୍ଗପୁର ଜିଲ୍ଲାର ୧୮ ଏଥିପାଇଁ ଆବେଦନ କରିଛନ୍ତି| ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରୀୟ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଏହି ନିଯୁକ୍ତି କ୍ଷେତ୍ରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ଦେବାପାଇଁ ଉଚ୍ଚ ସ୍ମାରକପତ୍ର ରେ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ଵାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏ ସମ୍ବନ୍ଧରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ଅବଗତ କରାଯାଇଛି । ସାଂସଦ ବଳଭଦ୍ର ମାଝୀ, ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନାଗରିକ କମିଟିର ସଭାପତି ଜଗନ୍ନାଥ ମହାପାତ୍ର, ସମ୍ପାଦକ ରାମ ପ୍ରସାଦ ପାତ୍ର, ସହକାରୀ ଆବାହକ ପ୍ରଦୀପ କୁମାର ସାହୁ, ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ଆଇନଜୀବୀ କିଶୋରୀ ପଟ୍ଟନାୟକ, ଶ୍ରୀନିବାସ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button