District

ଓଡ଼ିଶା ରେ ମ।ଟି କ।ମୁଡିଯିବ ଆୟୁଷ୍ମାନ ଭାରତ

ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ

ମାଇକାନଗିରି,24/9: ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ ଆଉ ସେବ। ମିଳୁନି । ଏକ ପ୍ରକାର ହରାପଟା ହେବାକୁ ପଢୁଛି । ଅନେକ ହସ୍ପିଟାଲ ଏବେ ଆୟୁଷ୍ଠାନ ଭାରତ ଚାର୍ଡ଼ ଦେଖିବା ମାତ୍ରେ ଡରିଯାଉଛନ୍ତି । ରୋଗୀଙ୍କୁ ରେଫର କରିଦେଉଛନ୍ତି ଅନ୍ୟ ହସ୍ପିଟାଇକୁ । ରୋଗୀ ବିଚରା ଦହଗଞ୍ଜ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲୁଛି।

ତେଣେ ସ୍ଵାସ୍ଥ୍ୟମନ୍ତ୍ରୀ ଲମ୍ଭା ଲମ୍ବା କଥା କହୁଛନ୍ତି । ଯେ ଆମେ ୩ ମାସରେ ୨.୭ଲକ୍ଷ ଲୋକଙ୍କୁ ଚିକିତ୍ସା ଦେଲୁଣି । ବାସ୍ତବ ସ୍ଥିତି କିନ୍ତୁ ଆୟୁଷ୍ମାନ ଭାରତରେ ପୂରା ଢିଲା । ହସିଟାଲ ଗୁଡ଼ିକୁ ଆୟୁଷ୍ମାନ ଭାରତ ଚିକିତ୍ସା ବାବଦ ପାଣ୍ଠି ମିଳୁନଥିବାରୁ ସେମାନେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି । ରୋଗୀ ଆୟୁଷ୍ଠାନ କାର୍ଡ଼ ଧରି ଆସିଲେ ଚିକିତ୍ସା ନକରି ସରକାରୀ ହସହଟାଲକୁ ପଠାଉଛତି, ନଚେତ ଚିକିତ୍ସା ପାଇଁ ମନାକରିଦେଉଛନ୍ତି । ସେଥ‌ିପାଇଁ ଲୋକେ କହିଲେଣି ବିଜୁ ସ୍ବାସ୍ଥ୍ୟ କାର୍ଡ଼ ଭଲ ଥିଲା । ଏମିତି କିଛି ବାଦବିବାଦ ଚଢିବାରେ ଲାଗିଲାଣି ।

ନଜର ପକାଇବା ଆୟୁଷ୍ମାନ ଭାରତର

କାର୍ଡ଼ ଉପରେ । ଆୟୁଷ୍ମାନ ଭାରତର କାର୍ଡ଼ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଦେଉଛି । କିନ୍ତୁ ବାସ୍ତବରେ ହସ୍ପିଟାଲ ଗୁଡିକୁ ଆୟୁଷ୍ମାନ ଭାରତ କାର୍ଡ଼ରେ ଯେଉଁ ବିବ୍ୟବସ୍ଥା ରହିଛି ସେଥ୍‌ରେ ଧନ୍ଦି ହେଉଛନ୍ତି । ସେଥିପାଇଁ ଏହି କାର୍ଡ଼ ଧାରିଙ୍କୁ ଚିକିତ୍ସା ଦେବାକୁ ପଛାଉଛନ୍ତି। ଇତି ମଧ୍ୟରେ ଅନେକ ଘରୋଇ ହସ୍ପିଟାଲରେ ଆୟୁଷ୍ଠାନ କାର୍ଡ଼ ର ହିତାଧୁକାରୀଙ୍କୁ ଚିକିତ୍ସା ଦିଆଯାଉନାହିଁ । ସିଧାସଳଖ ଫେରାଇଲେ ସରକାରଙ୍କ ରୋଷ ହେବ ବୋଲି ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି । ଯାହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ରୋଗୀମାନେ ।

ଭୁବନେଶ୍ୱର ହେଇ କି କଟକ । ଘରୋଇ ହସ୍ପିଟାଲର ସ୍ଥିତିକୁ ଦେଲେ ପ୍ରତ୍ୟେକ ଦିନ ପ୍ରାୟ ୫୦ ଭାଗ ଆୟୁସ୍ନାନ ଭାରତର ହିତାଧୁକାରୀ ଦହଗଞ୍ଜ ହେଉଛନ୍ତି । କିଛି ବଡ଼ ବଡ଼ ହସ୍ପିଟାରରେ ସରକାରଙ୍କ ପକ୍ଷରୁ ପଇସା ଅଧୁକ ନେବେ ବୋଲି ଚିକିତ୍ସା କରୁଛନ୍ତି । ମାତ୍ର ଚିକିତ୍ସା କମ୍ ଶୋଷଣ ଅଧିକ ହେଉଛି । ଏଭଳି ସ୍ଥିତି ଉପରେ ସରକାରଙ୍କର ନଜର ନାହିଁ । ସ୍ନାସ୍ଥ୍ୟମନ୍ତ୍ରୀ କେବଳ ନିଜର ଚାହାବାହା ଦେଖାଇବା ପାଇଁ ଗଣମାଧ୍ୟମକୁ କଥା କହି ରହିଯାଉଛନ୍ତି ।

ଥରେ ବାସ୍ତବ ସ୍ଥିତି ଦେଖନ୍ତୁ ସରକାର । ତା’ପରେ ଜଣାପଡ଼ିବ ଯେ ଆୟୁହ୍ୱାନ ଭାରତ କାର୍ଡ଼ରେ ଚିକିତ୍ସା ମିଳୁଛି ନା ଦଣ୍ଡ ?

ଆୟୁଷ୍ମାନ ଭାରତ କାର୍ଡ଼ରେ କୌଣସି

ସୁବିଧା ଉପଲବ୍ଧ ନାହିଁ ବୋଲି ଆନ୍ଧ୍ର ପ୍ରଦେଶର

କିଛି ଘରୋଇ ହଢିଟାଲରେ ରୋଗୀଙ୍କ ଠାରୁ ଟଙ୍କା ପଇସା ନେବାର ବି ନନ୍ଦିର ରହିଛି । ଗରିବ ଲୋକ ଆଶା ଭରସା ନେଇକି ଡାକ୍ତରଖାନାକୁ ଯାଉଛନ୍ତି କିନ୍ତୁ ନିରାଶ ହୋଇ ଫେରୁଛନ୍ତି, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ନିକଟବର ଓଡ଼ିଶାର ମାଇକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାଗୁଡ଼ିକ ରହିଛି ସମ୍ପୂର୍ଣ ବିଶାଖାପାଟଣା ଡାକ୍ତରଖାନା ଉପରେ ଭରସା କରନ୍ତି । ଚିନ୍ତୁ ତାକ୍ତରଖାନାକୁ ଗଲାପରେ ଟଙ୍କା ପୋଇସା ନେବାର ବି ରୋଗୀ ପ୍ରକାଶ କରିଛନ୍ତି । ସରକାର ଯୋଚନା କରୁଛରି କିନ୍ତୁ ସମ୍ପୂର୍ଣ 2 ଅଧୁରା, ଲୋକଙ୍କୁ ସରକାର ଯେଉଁ ପ୍ରତିଶ୍ରୁତି -ଦେଉଛନ୍ତି ପ୍ରତିଶୃତି ପ୍ରତିଶୃତି ହିଁ ରହିଯାଉଛି।

ଏହି ଖବର ପ୍ରସାରଣ ପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ଏବଂ ଜନ ସାଧରଣଙ୍କୁ କଣ ଉତ୍ତର ଦେଉଛନ୍ତି ବୁଦ୍ଧିଳାବା ମହରରେ ଚର୍ଚ୍ଚା ଜୋର ଧରିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button