ଅନ୍ଧାର ରେ ତେନ୍ତୁଳି ଖୁଣ୍ଟି ସଦର ମହକୁମାର
ଅନ୍ଧାରରେ ତେନ୍ତୁଳିଖୁଣ୍ଟି ସଦର ମହକୁମା
ତେନ୍ତୁଳିଖୁଣ୍ଟି, ୨୪/୯: ତେନ୍ତୁଳିଖୁଣ୍ଟି ସଦର ମହକୁମା ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି ୯୦ ପ୍ରତିଶତ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ବେଳେ ଏହାକୁ ମରାମତି କରିବା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ତେନ୍ତୁଳିଖୁଣ୍ଟି ସଦର ମହକୁମାର ସମସ୍ତ ସାହି ଓ ଗଳିରେ ପ୍ରଶାସନ ପକ୍ଷରୁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ହୋଇଛି। କିନ୍ତୁ ଗୋଟିଏ କିମ୍ବା ଦୁଇଟି ଲାଇଟକୁ ଛାଡ଼ିଦେଲେ କୌଣସି ଲାଇଟ୍ ଜଳୁନି ଫଳରେ ତେନ୍ତୁଳିଖୁଣ୍ଡି ସଦର ମହକୁମା ସନ୍ଧ୍ୟା ହେବା ମାତ୍ରେ ଅନ୍ଧକାମୟ ହୋଇ ପଢୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଟ୍ୟୁସନ ଯାଉଥିବା ଛାତ୍ରଛାତ୍ରୀ ମାନେ ରାତିରେ ହଇରାଣ ହେଉଛନ୍ତି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜାନି ସାହି, ନୂଆ ସାହି, ତୋଟା ସାହି, ପରଜା ସାହି, ଆଲନିଆ ସାହି, ସହିଦ ଲକ୍ଷ୍ମଣ ନାୟକ ଛକ, ତ୍ରିବେଣୀ ଛକରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ଅନ୍ଧାରରେ ଲୋକଙ୍କୁ ଯାତାୟାତ
କରିବାକୁ ପଡୁଛି ସେହିପରି ତେନ୍ତୁଳିଖୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ସବୁ ଅଚଳ ହୋଇପଡ଼ିଛି ଥାନା, ପୋଷ୍ଟ ଅଫିସ, ବ୍ୟାଙ୍କ, ମେଡିକାଲ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଲାଗିଥିବା ଲାଇଟ୍ ଗୁଡ଼ିକର ମଧ୍ୟ ଅନୁରୂପ ସମସ୍ୟା । ଆଗକୁ ଦଶହରା ଥିବା ବେଳେ ଅନ୍ଧାରରେ ଲୋକେ କିଭଳି ଯାତାୟାତ କରିବେ ବୋଲି ସାଧାଣରରେ ଚର୍ଚ୍ଚା ହେଉଛି ଗତବର୍ଷ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା। ଦଶହରା ସମୟରେ ବାରମ୍ବାର ଅଭିଯୋଗ କରିବାରୁ ଷ୍ଟ୍ରିଟ୍ ଲାଇଟ୍ ସବୁ ମରାମତି ହୋଇଥିଲା। ବର୍ତ୍ତମାନ ସେ ସବୁ ଅଚଳ ହୋଇଗଲାଣି। ପଞ୍ଚାୟତର ଉନ୍ନତି ପାଇଁ ଆସୁଥିବା ଅନୁଦାନର ସିଂହଭାଗ ଅର୍ଥ ଜଳ, ପରିମଳ ଓ ବିଦ୍ୟୁତ ଆଲୁଅ ପାଇଁ ଖର୍ଚ୍ଚ ହେବା କଥା। କିନ୍ତୁ ସେଭଳି କାର୍ଯ୍ୟ ହେଉନି। ଦଶହରା ପୂଜା ପୂର୍ବରୁ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ମରାମତି ଦିଗରେ ପଞ୍ଚାୟତ ଓ ବ୍ଳକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।