ଦୁଇ ବ୍ରିଜ ଶେଷ ହେବ କେବେ
ଦୁଇ ବ୍ରିଜ ଶେଷ ହେବ କେବେ
ତେନ୍ତୁଳି ଖୁଣ୍ଟି, ୨୪।୯ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରୁ ଇନ୍ଦ୍ରାବତୀ (ଖାତି ଗୁଡ଼ା ) କୁ ସଂଯୋଗ କରୁଥିବା ରାସ୍ତାରେ କହ୍ନେଇ ମୁଣ୍ଡା ଓ ଲମତାଗୁଡ଼ା ବ୍ରିଜ ରହିଥୁଲା I ଲମତାଗୁଡ଼ା ବ୍ରିଜ ଉଚ୍ଚତା କମ ଥୁବାରୁ ବ୍ରିଜ ଉପରେ ତିନିରୁ ଚାରିଫୁଟ ପାଣି ପ୍ରତକ ବର୍ଷା ଦିନରେ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧା ସୃଷ୍ଟି ହେଉଥିଲା । ଏଣୁ ଚାରିକୋଟି ଟଙ୍କା ବ୍ୟୟ ଅଟକଳ ରେ ନୂତନ ବ୍ରିଜ କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି କିନ୍ତୁ ଶେଷ ହେବା ନାମ ଧରୁନାହିଁ ବର୍ଗମାନ ଉକ୍ତ ବ୍ରିଜକୁ ଲାଗି ଆପ୍ରୋଚ ରାସ୍ତା ଘରୋଇ ଜମି ଦେଇ ଯିବା ସମ୍ଭାବନା ରହିଥିବାରୁ ଜମି ମାଲିକଙ୍କ ଚାପରେ ବ୍ରିଜ ନିର୍ମାଣ ଦୁଇ ମାସ ହେବ ବନ୍ଦ ରହିଛି । ଘରୋଇ ଜମି ମାଲିକ ଙ୍କଠାରୁ ଜମି ଅଧିଗ୍ରହଣ କରି ସେମାନଙ୍କ ପ୍ରାପ୍ୟ ସରକାରୀ ଦରରେ ଦେବା ପାଇଁ ରାଜସ୍ୱ ବିଭାଗ ଯେଉଁ ଫାଇଲ ୨୦୨୩ ରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଦେଇଥିଲା ତାହା ଗତ କିଛି ଦିନ ତଳେ ଜିଲ୍ଲାପାଳଙ୍କ ଟେବୁକୁ
ଯାଇଥିବା ଜଣା ପଡ଼ିଛି । ଜମି ଅଧିଗ୍ରହଣ ପରେ ହିଁ ଲାମତାଗୁଡ଼ା ବ୍ରିଜ ଆରମ୍ଭ ହୋଇ ପାରିବ ବୋଲି କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ କହିଛନ୍ତି କଂହେଇମୁଣ୍ଡା ବ୍ରିଜ ଦୁର୍ବଳ ହୋଇଯିବା ତଥା ରାସ୍ତା ପ୍ରଶସ୍ତିକରଣ ହେଉଥିବାରୁ ନୂତନ ବ୍ରିଜ କାର୍ଯ୍ୟ ତିନି କୋଟିରୁ ଉଦ୍ଧ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଛି। ଏଠାରେ ମଧ୍ୟ ସମଦଶା ବ୍ରିଜ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚୁଥୁବା ବେଳେ ଆପ୍ରୋଚ୍ ରାସ୍ତା ପାଇଁ ଜମି ଅଧୁଗ୍ରହଣ କରିବା ଆବଶ୍ୟକ । ଏଣୁ ଅଟକିଛି ବ୍ରିଜ ନିର୍ମାଣ | ବର୍ତ୍ତମାନ ଡାଇଭର୍ସନ ରାସ୍ତାରେ ହିଁ ଭାରିଯାନ ଠୁଁ ଆରମ୍ଭ କରି
ଯାତ୍ରୀ ବାହୀ ବସ୍ ଏବଂ ଯାତାୟାତ କରାଯାଉଛି। ଦୁଇ ଦୁଇ ଟି ମେଗା ଜଳ ସେଚନ ପ୍ରକଳ୍ପ ଓ ପିଣ୍ଡାପଦର ବ୍ରିଜ ପାଇଁ ପ୍ରତ୍ୟକ ଦିନ ଦଶରୁ କୋଡ଼ିଏ ଟନ୍ ଭାରି ଯାନ ଆପ୍ରୋଚ ରାସ୍ତାରେ ଯାଉଥିବାରୁ ରାସ୍ତା ଖରାପ ହେଲେ ଜରୁରୀ ସେବା ଗାଡ଼ିର ନିରାପଦ ପାଇଁ ଯଥାଶୀଘ୍ର ବ୍ରିଜ ନିର୍ମାଣ ଶେଷ କରିବା ପାଇଁ ଦାବୀ ହେଉଛି ବର୍ଷାରେ କହ୍ନେଇ ମୁଣ୍ଡା ବ୍ରିଜ ପାର୍ଶ୍ଵ ଡ଼ାଇ ଭର୍ସନ ରାସ୍ତା ଧୋଇ ଯାଇ ଯାତାୟାତ ତିନି ଦିନ ଠପ୍ କରି ଦେଇଥିଲା । ଏଣୁ ବେଳହୁଁ ସାବଧାନ ହୋଇ ପଦକ୍ଷେପ ନେବାକୁ ଦାବି ହେଉଛି ।