ବିଦ୍ୟାଳୟର ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
ବିଦ୍ୟାଳୟ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
ମୈଦଲପୁର, ୨୪/୯: ପାପଡ଼ାହାଣ୍ଡି ବ୍ଳକ ମାଝିଗୁଡ଼ା ଉଚ୍ଚପ୍ରାଥମିକ
ବିଦ୍ୟାଳୟର ସମସ୍ୟାର ସମାଧାନ ହେଉନଥିବା ପ୍ରତିବାଦରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ରାସ୍ତାରୋକ କରିଛନ୍ତି। ମଙ୍ଗଳବାର ସକାଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଫାଟକରେ ତାଲା ପକାଇବା ସହ ଗାଁର ମୁଖ୍ୟ ରାସ୍ତାରେ ରାସ୍ତାରୋକ କରିଥିଲେ । ବିଜ୍ଞାନ ଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଛାତ୍ରଛାତ୍ରୀମାନେ କହିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯିବା ପରେ ପାଠପଢ଼ାରେ ସମସ୍ୟା ହେଉଛି। ତେଣୁ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରିବା ନିମନ୍ତେ ଛାତ୍ରଛାତ୍ରୀ ଦାବି କରିଥିଲେ। ଖବର ପାଇ ପାପଡ଼ାହାଣ୍ଡି ବିଇଓ କାର୍ଯ୍ୟାଳୟର ଅଧିକାରୀମାନେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।