
ପାରଳାଖେମୁଣ୍ଡି, ୨୩/୯: ଜିଲ୍ଲାରେ ମିସନଶକ୍ତି ଏବଂ ଓଡ଼ିଶା ଜୀବିକ ମିସନ ଅଧୀନରେ ଏମ୍ବିକେ, ସିଆରପି, ବ୍ୟାଙ୍କମିତ୍ର, କୃଷିମିତ୍ର ଓ ପ୍ରାଣୀମିତ୍ର ଭାବେ କାର୍ଯ୍ୟରତ ମହି ମହିଳାମାନେ କାଶୀନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ଜଣାଯାଇଛି।
ସେମାନେ ଏକଜୁଟ ହୋଇ ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ନିବେଦନ କରିଛନ୍ତି । ନିୟମିତ ଭାବେ ଏକାଉଣ୍ଟପେ ଦ୍ବାରା ଦରମା, ୬ ମାସର ବକେୟା ଦରମା ତୁରନ୍ତ ପ୍ରଦାନ, କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ଆଦି ଦାବି ନେଇ ସେମାନେ ଧାରଣା ଆରମ୍ଭ କରିଥିବା ଜଣାଯାଇଛି।