District

ଯାଞ୍ଚ ହେଲ। ପୁରୁଣ। କୋଠ।

ଯାଞ୍ଚ ହେଲା ପୁରୁଣା କୋଠା

ଜୟପୁର,୨୧/୯ କୋରାପୁଟ ସହରରେ ଦୋକାନଗୃହ ଭୁଶୁଡିବା

ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୌରସଂସ୍ଥା ପକ୍ଷରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହାୟତାରେ ସହରର ପୁରାତନ କୋଠା ଓ ଦୋକାନଗୃହ ଯାଞ୍ଚ କରାଯାଇଛି। ମହାରାଣୀପେଟା ସରୋଜିନୀ ଭବନ ପାର୍ଶ୍ଵରେ ଥିବା ଦୁଇମହଲା କୋଠା, ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ ପାର୍ଶ୍ଵରେ ଥିବା ଦୁଇ ମହଲା କୋଠା, ଶ୍ରମ ଅଦାଲତ ତଥା ସ୍ବତନ୍ତ୍ର ଟ୍ରେଜେରି ନିକଟସ୍ତ ଦୋକାନଗୃହ, ଦୈନିକ ବଜାରରେ ଥିବା ଦୋକାନଗୃହ ଏବଂ ଅନ୍ୟାନ୍ୟ ଦୋକାନ ବଜାରର ଯାଞ୍ଚ କରାଯାଇଥିଲା। ଏଥିରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ବିପ୍ଲବ କୁଅଁର, ପୌରଯନ୍ତ୍ରୀ ଅଜୟ କୁମାର ଜାନୀ, ୱାର୍କ ସରକାର ଦେବପ୍ରସାଦ ମହାନ୍ତି, ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସାର୍ଟିଫିକେଟ ଅନୁଯାୟୀ ବିପଦସଙ୍କୁଳ ଭବନ ଗୁଡିକୁ ଭଙ୍ଗାଯାଇ ନୂଆଁରେ ନିର୍ମାଣ ହେବ ଏବଂ ସୁରକ୍ଷିତ ଭବନ ଗୁଡିକୁ ଆବଶ୍ୟକ ଅନୁଯାୟୀ ମରାମତି କରା‌ଯିବ ବୋଲି ସୂଚନା ମିଳିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button