District

ନିର୍ମାଣ ହେବ ନବରଙ୍ଗପୁର ଜିଲ୍ଲାର ନୁତନ ଇନ୍ଦ।ରା ବତୀ ପୋଲ

ନିର୍ମାଣ ହେବ ଇନ୍ଦ୍ରାବତୀ ପୋଲ

ନବରଙ୍ଗପୁର, ୧୯/୯: ନବରଙ୍ଗପୁର ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବ ନୂତନ ପୋଲା ଏଥିପାଇଁ ୩୮ କୋଟି ୭୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖୁବଶୀଘ୍ର ଏନ୍ଏଚ୍ କେସିଙ୍ଗା ଡିଭିଜନ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଗତ ଜୁଲାଇ ୨୩ ତାରିଖ ନ୍ୟୁଜରେ ‘ଦୁର୍ବଳ ହେଲାଣି ଇନ୍ଦ୍ରାବତୀ ପୋଲ’ ଶୀର୍ଷକ ଭ।ବେ ରିପୋର୍ଟ ଥିଲ।

୩୮ କୋଟି ୭୭ ଲକ୍ଷର ବ୍ୟୟ ଅଟକଳ କରି କେନ୍ଦ୍ରକୁ ଜଣାଇଥିଲେ। ପରେ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଟଙ୍କା ମଞ୍ଜୁର ହୋଇଛି ଜୟପୁର ଏନ୍‌ଏଚ୍ ଡିଭିଜନ୍ ଏହି ପୋଲକୁ କେସିଙ୍ଗା ଡିଭିଜନକୁ ହସ୍ତାନ୍ତର କରିବା ପରେ ଜମି ଅଧିଗ୍ରହଣ କରାଯିବ ବୋଲି କେସିଙ୍ଗା ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଜଣାଇଛନ୍ତି।

ରିପୋର୍ଟ ପ୍ରକାଶ ପାଇଥିଲା ଏହି ରିପୋର୍ଟକୁ ଭିତ୍ତିକରି ମାନବାଧିକାର କର୍ମୀ ଅନୁପ ପାତ୍ର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଜୟରାମ ଗଡ଼କରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ କେନ୍ଦ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେସିଙ୍ଗା ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଏକ ରିପୋର୍ଟ ଦେଇଛନ୍ତି। ନୂତନ ପୋଲ ନିର୍ମାଣ ପାଇଁ

ନବରଙ୍ଗପୁର ଜିଲ୍ଲାରୁ ସହିତ ରାଜଧାନୀ ଭୁବନେଶ୍ବର ଓଡ଼ିଶାର ବିଭିନ୍ନ ଅଞ୍ଚଳ ଏବଂ ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ପୋଲ ଦୁର୍ବଳ ହୋଇପଡ଼ିଛି। ଇଦ୍ରାବତୀ ପୋଲ ୪୦ ବର୍ଷର ପୁରୁଣା ହୋଇଥିବାରୁ ପୋଲ ଉପରେ ଗର୍ଭ ସୃଷ୍ଟି ହେବା ସହ ଲୁହାଛଡ଼ ଦେଖାଗଲାଣି। ଅଳ୍ପ ବର୍ଷା ହେଲେ ପାଣି ଜମି ରହୁଥିବାରୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ପୋଲ ଦେଇ ଦୈନିକ ଶହ ଶହ ମାଲବାହୀ ଟ୍ରକ୍, ଯାତ୍ରୀବାହୀ ବସ୍ ଯିବାଆସିବା କରୁଛି । ଏହି ଗୋଟିଏ ମାତ୍ର ଇନ୍ଦ୍ରାବତୀ ପୋଲ ଦୁର୍ବଳ ହୋଇପଡ଼ିଥିବା ଯୋଗୁଁ ଅଘଟଣ ହେବା ପୂର୍ବରୁ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। ସେହିପରି ଇନ୍ଦ୍ରାବତୀ ନଦୀର ଦୁଇ ପାର୍ଶ୍ଵ କୂଳ ଖାଇବାରେ ଲାଗିଛି!

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button