ମୁଜାଗଡ଼ରେ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର, ୧୭/୯: ଭଞ୍ଜନଗର ବ୍ଳକ ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଛନ୍ତି।
ପ୍ରଥମେ ସେ ବିଦ୍ୟାଳୟ ପରିସରରେ ମାଆଙ୍କ ନାମରେ ଗୋଟିଏ ଗଛ ଅଭିଯାନରେ ଏକ ଚାରା ରୋପଣ କରିଥିଲେ। ଏହାପରେ ଏହି କ୍ରୀଡା ଉତ୍ସବରେ ପତକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ।
ଅଧ୍ୟକ୍ଷା ବୈଜୟନ୍ତିମାଳ ପ୍ରିୟଦର୍ଶନୀଙ୍କ ପୌରହିତ୍ୟରେ ବିଇଓ ଲୋପାମୁଦ୍ରା ରଥ,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ବିଡିଓ ଭାରତୀ ଦେବୀ,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ୟୁବି ହାଇସ୍କୁଲ ପ୍ରଧାନ ଶିକ୍ଷକ ମଦନ ମୋହନ ରଥ,ସରପଞ୍ଚ ସୁଶାନ୍ତ ନାଇକ,ଶିକ୍ଷାବିତ୍ ପଦ୍ମନାଭ ପ୍ରଧାନ,ପୂର୍ବତନ ସରପଞ୍ଚ ଧୋବା ଗୌଡ,ଶିବ ଶଙ୍କର ପ୍ରଧାନ ଅତିଥି ଭାବେ ମଞ୍ଚାସୀନ ରହିଥିଲେ।
ବ୍ଳକର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ଦୌଡ,କବାଡି,ଖୋଖୋ,ଲମ୍ବ ଡିଆଁ,ଉଚ୍ଚ ଡିଆଁରେ ଅଂଶ ଗ୍ରହଣ କରିଥିଲେ। ଗୋଷ୍ଠୀ କ୍ରୀଡା ସମ୍ପାଦକ ଆଲୋକ କୁମାର ସ୍ବାଇଁଙ୍କ ସମେତ ବ୍ଳକର ବିଭିନ୍ନ ସ୍କୁଲର କ୍ରୀଡା ଶିକ୍ଷକ ମାନେ ସମସ୍ତ ଖେଳ ପରିଚାଳନା କରିଥିବା ବେଳେ ଖେଳ ସରିବା ପରେ କୃତୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହାପରେ ଏହି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି।