District

ରିଲିଫ ବୋଟ ନଁ। ପ।ଣିରେ ପଡିଲ। ୧୦ଲକ୍ଷ ଟଙ୍କା

ରିଲିଫ୍ ବୋଟ୍ ନାଁରେ ପାଣିରେ ପଡ଼ିଲା ୧୦ଲକ୍ଷ ଟଙ୍କା

ନବରଙ୍ଗପୁର, ୧୭/୯ : ବନ୍ୟା, ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ନବରଙ୍ଗପୁର ତହସିଲକୁ ମିଳିଥିଲା ଦୁଇଟି ରିଲିଫ୍ ବୋଟ୍ ୧୦ଲକ୍ଷ ଟଙ୍କାରେ କିଣା ଯାଇଥିବା ଏହି ବୋଟ୍‌କୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦାନ କରିଥିଲେ। ହେଲେ ଦିନଟିଏ ବି ଏହାର ଲୋକଙ୍କ କାର୍ଯ୍ୟରେ ଲାଗିନି ମିଳିବା ଦିନଠାରୁ ତହସିଲ ପରିସରରେ ପଡ଼ି ରହି ଖତ ଖାଉଛି। ଦୁଇ ବୋଟର ମୋଟର ମଧ୍ୟ ତହସିଲ ପରିସରରୁ ଗାଏବ ହୋଇଯାଇଛି। ଅନ୍ୟପଟେ ବୋଟ ଚଲାଇବା ପାଇଁ ନିଯୁକ୍ତି ଦୁଇ କର୍ମଚାରୀ କେଉଁଠି ଅଛନ୍ତି, କ’ଣ କରୁଛନ୍ତି ତାର ଖବର କାହା ପାଖରେ ନାହିଁ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡ଼ା ବ୍ଳକର ବନ୍ୟା ପ୍ରବଣ ଅଞ୍ଚଳ ପାଇଁ ମିଳିଥିଲା ଏହି ବୋଟ୍ ୩ ବ୍ଲକ ଅଞ୍ଚଳରେ ବର୍ଷା ଦିନରେ ଜରୁରିକାଳୀନ

କାମରେ ଲାଗିଲାନି, କଳଙ୍କି ଖାଇଗଲା

ପରିସ୍ଥିତି ଉପୁଜିଲେ ବୋଟ୍ ପଠାଇବାକୁ ନିର୍ଦ୍ଦେଶ ଥିଲା। ବର୍ଷା ଦିନରେ ଇନ୍ଦ୍ରାବତୀ ଫୁଲିଲେ ୩ ବ୍ଲକର ଅନେକ ଗାଁ ଜଳବନ୍ଦି ହୋଇ ରହୁଛନ୍ତି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅନୁଦାନରେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୧୨ରେ ନବରଙ୍ଗପୁର ଜିଲ୍ଲାକୁ ୩ଟି ବୋଟ ଯୋଗାଇ ଦେଇଥିଲା। ସେଥି ମଧ୍ୟରୁ ଦୁଇଟି ନବରଙ୍ଗପୁର ତହସିଲ ପରିସରରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବୋଟ୍ କଳଙ୍କି ଲାଗି ନଷ୍ଟ ହୋଇଗଲାଣି ବ୍ୟବହାର ଯୋଗ୍ୟ ନଥିବାରୁ ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ ସ୍ଥାନାନ୍ତରରେ ଏହା ସକ୍ଷମ ହେବ ନାହିଁ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଖରା, ବର୍ଷା, ଶୀତ କାକରରେ ଗୋଟିଏ ବୋଟ୍ ପଡ଼ି ରହି ନଷ୍ଟ ହେଉଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button