BhanjanagarDistrictOdisha
କଳିଙ୍ଗା ଘାଟିରେ ଭୁସ୍କଳନ ; ଯାତାୟାତ ଠପ୍

ଭଞ୍ଜନଗର,୧୬/୯ : ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଭୁସ୍କଳନ ହୋଇଛି। ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ ଧସିବା ଫଳରେ ଏକ କଲଭର୍ଟ ଭାଙ୍ଗି ଯାଇଛି। ଯାହା ଫଳରେ ଭଞ୍ଜନଗର – ଫୁଲବାଣୀ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଖବର ପାଇ ଉଭୟ ଜିଲାର ବରିଷ୍ଠ ଅଧିକାରୀ,ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ପହଞ୍ଚିଛନ୍ତି। ରାସ୍ତାର ଉଭୟ ପଟେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି।
ବିଗତ ଦୁଇ ମାସ ହେବ ଏହି ଅଞ୍ଚଳରେ ବାରମ୍ବାର ବର୍ଷା ଯୋଗୁ ଏହି ସମସ୍ୟା ଦେଖାଦେଇଛି। କିଛି ଦିନ ପୂର୍ବେ ଏକ ବିରାଟ ପଥର ଖସିଲା। କିନ୍ତୁ ଆଜି ଅତଡା ଖଣ୍ଡ ଭଳି ପାହାଡ଼ ଧସିଥିଲା। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।