
ଭଞ୍ଜନଗର, ୧୪/୯ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ୟୁନିଟ୍ ପକ୍ଷରୁ ଶନିବାର ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗ ମୁଖ୍ୟ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର, ପ୍ରାଣୀ ବିଜ୍ଞାନ ମୁଖ୍ୟ ସୁନୀତା ରାଣୀ ଖଣ୍ଡୁଆଳ, ଏନସିସି ନାଭାଲ ଅଫିସର ବିଭୂତି ଗୌଡ଼ ଯୋଗଦେଇ ପ୍ରାଥମିକ ଉପଚାର ସଂପର୍କରେ ସ୍ବେଚ୍ଛାସେବୀ ମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।
ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ବିଦେଶୀ କୁମାର ରାଉତ କାର୍ଯ୍ୟକ୍ରମର ଲକ୍ଷ ଓ ଆଭିମୁଖ୍ୟ ପ୍ରଦାନ କରିଥିଲେ। ପ୍ରାଥମିକ ଉପଚାରର ଆବଶ୍ୟକତା, ଗୁରୁତ୍ବ ଏବଂ ଏହାର ବିଧିବିଧାନ ଗୁଡିକୁ ସ୍ବେଛାସେବୀ ଓ ସ୍ବେଚ୍ଛାସେବିନୀ ମାନଙ୍କୁ ଅତି ପ୍ରାଞ୍ଜଳ ଭାବରେ ବୁଝାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଯୁବ ରେଡ୍ କ୍ରସ ସ୍ଵେଚ୍ଛାସବୀ ଯୋଗ ଦେଇଥିଲେ।ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।