ଅଭିଯୋଗ ପରେ ତଦନ୍ତ ଆରମ୍ଭ
ଅଭିଯୋଗ ପରେ ତଦନ୍ତ ଆରମ୍ଭ
ରାଇଘର,ତା୧,,୧୪/୯
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତର ଜାମଦୋରା ଠାରେ ବନ ସୁରକ୍ଷା ସମିତିର ଏକ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଠାରେ ବ୍ୟବହୃତ ବାଲି ଓ ଚିପ୍ସ ନିମ୍ନମାନର ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, କୁମୁଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ଗ୍ରାମର ସହିଦ ସ୍ତମ୍ବ ନିକଟରେ ବନ ସୁରକ୍ଷା ସମିତିର ଗୃହ କାର୍ଯ୍ୟ ଆରମ୍ଭହୋଇଥିଲା। ଉକ୍ତ ଗୃହ କାର୍ଯ୍ୟ ନିର୍ମାଣ ନିମନ୍ତେ ୮ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ସମୟରେ ନିମ୍ନମାନର ବାଲି ସାଙ୍ଗକୁ ଚିପ୍ସ ବ୍ୟବହାର ନେଇ
ସ୍ଥାନୀୟ ଗ୍ରାମବାସୀ ପ୍ରଶାସନିକ ନିକଟରେ ଅଭିଯୋଗ କରିଥିଲେ । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଜଣାପଡିବା ପରେ କାର୍ଯ୍ୟସ୍ଥଳରେ ଥିବା ନିମ୍ନ ମାନର ସାମଗ୍ରୀ ହଟାଇକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ନିମ୍ନମାନର କାର୍ଯ୍ୟ ଅଭିଯୋଗ ଆସିବା ମାତ୍ରେ ତଦନ୍ତ କରାଯାଇ ସାମଗ୍ରୀ ହଟାଇ ଭଲ ସାମଗ୍ରୀ ଦ୍ବାରା କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ଅବଗତ କରାଯାଇଛି । ଉକ୍ତ କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ ତଦାରଖ କରାଯିବ ବୋଲି ପ୍ରକାଶ କରିଛନ୍ତି।