District

୨ ଧୂଆଁପତ୍ର ଦୋକାନ ଚଡ।ଓ ଗୋଟିଏ ଗୋଦ।ମ ସିଲ

୨ ଧୂଆଁପତ୍ର ଦୋକାନରେ ଚଢ଼ାଉ, ଗୋଟିଏ ଗୋଦାମ ସିଲ୍

ଉମରକୋଟ,୧୪/୯

ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ସନ୍ଧ୍ୟାରେ ଉମରକୋଟ ପୋଲିସ ଓ ଅବକାରୀ ବିଭାଗ ମିଳିତଭାବେ ଝରିଗାଁ ରାସ୍ତାରେ ଥୁବା ଭି. ଗୋପୀ ଓ ନନ୍ଦଲାଲ ଗୁପ୍ତାଙ୍କ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଧୂଆଁପତ୍ର ଜବତ କରିଛନ୍ତି। ଉକ୍ତ ଦୋକାନ ୨ଟିରେ ବିନା ଲାଇସେନ୍ସରେ ଧୂଆଁ ପତ୍ର ବିକ୍ରୀ ଚାଲିଥିବା ପୋଲିସ ଓ ଅବକାରୀ ବିଭାଗ ପାଖରେ ଖବର ଥିଲା। ଭି.

ଗୋପୀଙ୍କ ଦୋକାନରୁ ୧୪୮ କେ.ଜି. ଓ ନନ୍ଦଲାଲ ଗୁପ୍ତାଙ୍କ ଦୋକାନରୁ କେ.ଜି. ଧୂଆଁପତ୍ର ଜବତ କରାଯାଇଛି। ସେହିଭଳି ହାଟପଦାସ୍ଥିତ ଗୋଟିଏ ଧୂଆଁପତ୍ର ଗୋଦାମ ମଧ୍ଯ ସିଲ୍ କରାଯାଇ ଥିବା ଏସ୍‌ଡିପିଓ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି। ଏହି ଚଢ଼ାଉ ସମୟରେ ଉମରକୋଟ ଥାନାଧିକାରୀ ରମାକାନ୍ତ ସାଏ, ଏସ୍‌ଆଇ ଅକ୍ଷୟ ମିଶ୍ର, ଶିବଜି ପଣ୍ଡା ଓ ସୌମେନ୍ଦ୍ର ସେଠ୍ ଓ ଅବକାରୀ ବିଭାଗ ଇନ୍ସିପେକ୍ଟର ରଞ୍ଜୁଲତା ବାରିକଙ୍କ ସମତେ ଅନ୍ୟ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button