District

ଚଡ। ଦରରେ ସ।ର ବିକ୍ରି କରିବ।ରୁ ବ୍ୟାବସାୟୀ ଲାଇସେନ୍ସ ରଦ୍ଦ

ଚଢ଼ା ଦରରେ ସାର ବିକ୍ରି କରିବାରୁ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ

ରାଇଘର, ୧୪/୯

ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ସାର ଅଭାବ ଲାଗି ରହିଛି। ଏଠାରେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ କୃଷି ବିଭାଗ ଜଣେ ବ୍ୟବସାୟୀଙ୍କ ଲାଇସେନ୍ସ ମାସକ ପାଇଁ ରଦ୍ଦ କରିଛନ୍ତି । ରାଇଘର ବ୍ଲକ କୁମୁଲି ପଞ୍ଚାୟତ ବିଜାପାରା ଗ୍ରାମର ଚାଷୀ ଶ୍ରବଣ ସାହୁ ପାଣିଗ୍ରାହୀ ଟ୍ରେଡଠାରୁ ୫ ଶହ ଟଙ୍କା ଦେଇ ୟୁରିଆ ସାର କିଣିଥିଲେ। ସରକାରୀ ଦରଠାରୁ ଅଧିକ ପରିମାଣରେ ସାର ବିକ୍ରୀ ହେଉଥିବା ନେଇ କୃଷି ବିଭାଗ

ନିକଟରେ ଶ୍ରବଣ ସାହୁ ଲିଖିତ ଅଭିଯୋଗ କରିଥିଲେ।

କୃଷି ବିଭାଗ ତଦନ୍ତ କରି ଶନିବାର ପାଣିଗ୍ରାହୀ ଟ୍ରେଡସ୍ ଲାଇସେନ୍ସ ରଦ୍ଧ କରିଥିବା ରାଇଘର କୃଷି ଅଧିକାରୀ ରଶ୍ମୀ ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ ରାଇଘର ବ୍ଳକରେ ୨୬ ପଞ୍ଚାୟତର ଅଧୂକାଂଶ ଲୋକେ ଚାଷ କରନ୍ତି। ପ୍ରତିବର୍ଷ ଏଠାରେ ସାର ସମସ୍ୟା ଦେଖାଯାଏ। ଏଠାରେ ଏବେ ସରକାରୀ ଦର ୨୭୦ ବଦଳରେ ୧ ହଜାରରୁ ଊର୍ଦ୍ଧ୍ଵ ଟଙ୍କାରେ ସାର ବିକ୍ରୀ ଚାଲିଛି। ସରକାରୀ ସ୍ତରରେ ଏତେ ଷ୍ଟକ୍ ସାର ଆସିବା ସତ୍ତ୍ୱେ ଅଭାବ ଦେଖାଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button