
ପାରଳାଖେମୁଣ୍ଡି, ୧୪/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଭ୍ରୁସ୍ ମିଳିତ ଆନୁକୁଲ୍ୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ଯକ୍ଷା ଡ଼ ରୀନା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ସଂପର୍କରେ ଆଲୋକପାତ କରିବା ସହ ଚତୁପାର୍ଶ୍ବ ପରିସ୍କାର ପରିଚ୍ଛନ୍ନ ଓ ପାଣି ରହୁଥିବା ସ୍ଥାନକୁ ସଫା ରଖୁବା ପାଇଁ ଉଦବୋଧନ ଦେଇଥିଲେ। ଜାତୀୟ ସେବା ଅଧୂକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଯୁବ ରେସର କାଉସିଲର ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତଙ୍କ ସହଯୋଗରେ ଏକ ବିରାଟ ରାଲି ସହର ମଧ୍ୟରେ ସଚେତନତା କରାଇଥିଲେ. ଛାତ୍ରୀମାନେ ଘରଘର ବୁଲି ପ୍ରବଳ ଜ୍ବର, ମୁଣ୍ଡବିନ୍ଧା , ଶରୀର ପୀଡା ଓ ଚର୍ମରେ ଲାଲ୍ ଲାଲ୍ ପଡିଯିବା ଡେଙ୍ଗୁର ଲକ୍ଷଣ ବୋଲି ବୁଝାଇଥିଲେ। ତା ସହ ଡେଙ୍ଗୁରୁ କିପରି ବର୍ଷିବେ ସେ ସଂପର୍କରେ ବି ଛାତ୍ରୀମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏନ୍.ଏସ୍.ଏସ୍. ଓ ରେଡ୍ସଙ୍କ ପରିଚାଳନାରେ ଏ ସମସ୍ତ କାର୍ଯ୍ୟ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ.