ଶ୍ରୀ ଅନ୍ନ ଅଭିଯାନ ତରଫରୁ ମାଣ୍ଡିଆ ସଚେତନ ରଥର ଶୁଭାରମ୍ଭ
ଶ୍ରୀ ଅନ୍ନ ଅଭିଯାନ ତରଫରୁ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ
ତେନ୍ତୁଳିଖୁଣ୍ଟି, ,୧୪/୯:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରୁ ଦିନ ୧୧ ଘଣ୍ଟା ସମୟରେ ଶ୍ରୀ ଅନ୍ନ ଅଭିଯାନ ତଥା ଓଡ଼ିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚେତନତା ରଥକୁ ତେନ୍ତୁଳିଖୁଣ୍ଟି ବ୍ଲକୁ ଉପାଧ୍ଯକ୍ଷ ରାଜେନ୍ଦ୍ର ବିଷୋୟୀ, ବ୍ଲକ୍ କୃଷି କୁ ଅଧିକାରୀ ବରୁଣ ଧନପୂଲ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର, ଦେଖାଇ ଶୁଭାରମ କରି କାର୍ଯ୍ୟକ୍ରମକୁ
ସଫଳ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅନ୍ନ ଅଭିଯାନର ବ୍ଲକ୍ ସଂଯୋଜୋକ ନିଶାନ୍ତ କୁମାର ବିଷୋୟୀ, ଅତିରିକ୍ତ ବ୍ଲକ୍ ସଂଯୋଜକ ନିରୋଦ ପଣ୍ଡା, ଅଗ୍ରଗାମୀ ତରଫରୁ ସୋମାଇ ମାଝୀ, ଅଶ୍ୱିନୀ ନାୟକ, ଜୟ ପାତ୍ର ଏବଂ ଗୁଲା ଭୋଇ ପ୍ରମୁଖ ଭାବରେ ଯୋଗ ଦେଇଥିଲେ। ଏହି ସଚେତନତା ରଥ ୪ ଦିନ ଧରି ତେନ୍ତୁଳିଖୁଣ୍ଟି ବ୍ଲକ୍ ସାରା ପରିକ୍ରମା କରିବ ଏବଂ ମାଣ୍ଡିଆ, ଅଣ ମାଣ୍ଡିଆ ଆଦି ଚାଷକୁ ବୃଦ୍ଧି କରିବା ସଚେତନ ।
ନିଜ ଦୈନିକ ଖାଦ୍ୟରେ କିଭଳି ମାଣ୍ଡିଆକୁ ସାମିଲ କରି ପାରିବେ, ସେହି ବିଷୟରେ ମଧ୍ୟ ସଚେତନ କରାଇବ ଏହି ମାଣ୍ଡିଆ ରଥ। ଚଳିତବର୍ଷ ବ୍ଲକ୍ର ୧୪ ଗୋଟି ପଞ୍ଚାୟତରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ୯୮୦ ଜଣ ମାଣ୍ଡିଆ ଚାଷ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବ୍ଲକ୍ ସଂଯୋଜକ ଶ୍ରୀ ବିଷୋୟୀ। ବ୍ଲକ୍ରୁ ଚାଷୀ, ଅଗ୍ରଗାମୀର କର୍ମକର୍ତ୍ତା ଏବଂ ବିଭିନ୍ନ ପଞ୍ଚାୟତରୁ ମହିଳା ସ୍ୱୟଂ ସହାୟକ ଦଳର ମେମ୍ବର ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।