District

ମଣ୍ଡି ରେ ଚିନ।ବ।ଦ।ମ ବିକ୍ରି କରି ଚ।ଷି ହତ।ସ

ମଣ୍ଡିରେ ଚିନାବାଦାମ ବିକ୍ରି କରି ଋଷୀ ହତାସ

ବୈପାରିଗୁଡା, ୧୨।୯ : ବୈପାରିଗୁଡା ବ୍ଲକଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ଏହି ଅଞ୍ଚଳରେ ବର୍ଷସାରା ଫସଲ କରିଥାନ୍ତି ଚାଷୀ । ତେବେ ଚାଷୀ ମଣ୍ଡିରେ ଚିନାବାଦାମ ବିକ୍ରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ଟଙ୍କା ପାଇନଥିବାରୁ ଆଜି ପୂଣିଥରେ ଥାନାର ଦୁରାସ୍ତ ହେଇ କେମିତି ସେମାନଙ୍କ ଟଙ୍କା ପାଇପାରିବେ ସେଏ ବିଷୟକୁ ନେଇ ଥାନା ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ। ଯଦି ଲେମ୍ପ ପକ୍ଷରୁ ଶୀଘ୍ର ଟଙ୍କା ଚାଷୀ ମାନଙ୍କୁ ପ୍ରଦାନ କରା ନ ଯାଏ ତେବେ ଲେମ୍ପ ଘେରାଉ କରିବେ ବୋଲି ସିଧାସଳଖ ଚାଷୀ ମାନେ ଥାନାରେ ଜଣାଇଥିବାର – କହିଛନ୍ତି । ଏବେ ଅନ୍ୟତମ ପ୍ରମୁଖ ଚାଷ ଚିନାବାଦାମ

ପରିସ୍ଥିତି ସମାନ ସ୍ତରରେ । ବ୍ଲକର ୨୦ ଗୋଟି ପଞ୍ଚାଯତ ଶହଶହ ଚାଷୀ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ସ୍ଥାନୀୟ ଲେମ୍ପ ଏମଡିଙ୍କ ସହ କ‌ଥାବାର୍ଭା କରିଥିଲେ । ୧୫ ଦିନ ପୂର୍ବରୁ ମଧ୍ୟ ଥାନାରେ ଏସମ୍ପର୍କରେ ଏକ ଅଭିଯୋଗ ପତ୍ର ଚାଷୀ ମାନେ ଦେଇଥୁବାର କହିଛନ୍ତି । ଖବର ନେବାରୁ ଜଣାପଡିଛି ଯେ ଆଜିକୁ ତିନିଚାରି ମାସ ହେବ ମଣ୍ଡିରେ ବ୍ଲକର ଚାଷୀମାନେ ଚିନା ବାଦାମ ବିକ୍ରି କରିଥିବା ବେଳେ ସେମାନଙ୍କୁ ଟଙ୍କା ମିଳୁନାହିଁ। ଥାନା ପକ୍ଷରୁ ଏମଡିଙ୍କ ସହ କଥା ହେବା ପରେ ଅଳ୍ପଦିନ ଭିତରେ ସେମାନଙ୍କ ଟଙ୍କା ମିଳିଯିବ ବୋଲି ପ୍ରତିଶୃତି ମିଳିଥିବାର ସୂଚନ।।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button