୧୪୨ ଗ୍ରାମର ବ୍ରାଉନ ସୁଗାର , ୨୦ଲିଟର ନକଲି ବିଦେଶୀ ମଦ ଓ ୫୫ କେ ଜି ଗଞ୍ଜେଇ ଜବତ
୧୪୨ ଗ୍ରାମ ବ୍ରାଉନସୁଗାର, ୨୦ ଲିଟର ନକଲି ବିଦେଶୀ ମଦ, ୫୫ କେଜି ଗଞ୍ଜେଇ ଜବତ
ବ୍ରହ୍ମପୁର,୧୨।୯:
ଅବକାରୀ ବିଭାଗ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ବିପୁଳ ପରିମାଣର କ୍ରାଉନସୁଗର, ନକଲି ବିଦେଶୀ ମଦ ଓ ଗଞ୍ଜେଇ ଜବତ କରିଛି। ଏପରିକି ଗଞ୍ଜେଇ ଚାଲାଣ ରେ ବ୍ୟବହାର ହୋଇଥିବା ତିନୋଟି କାର, ଗୋଟିଏ ସ୍କୁଟି ଓ ୮ଗୋଟି ଦାମୀ ମୋବାଇଲ ଜବତ ହୋଇଛି। କନ୍ଧମାଳ ରୁ ଗଞ୍ଜାଇ ଖଲ୍ଲିକୋଟ ଦେଇ ବିହାର ଚାଲାଣ ହେଉଥିବା ଖବର ମିଳିବା ପରେ ଅବକାରୀ କମିଶନର ପି.ଅନ୍ତେଶା ରେଙ୍ଗିଙ୍କ ନିର୍ଦେଶ କ୍ରମେ ଅବକାରୀ ଗୋଇନ୍ଦା ରେଞ୍ଜର ଡ଼ିଏସପି ଶୃତିକାନ୍ତ ରାଉତଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ ହୋଇଥିଲା । ଗୁରୁବାର ସକାଳେ ହରିଡାମୂଳ ଓ ଖଲ୍ଲିକୋଟ ସାନ ଘାଟି ଠାରେ ଯାନବାହନ ଯାଞ୍ଚ କରାଯାଇଥିଲା। ହରିଡାମୂଳ ଛକ ପଟେ ଆସୁଥିବା ଏକ କାର ଅଟକାର ଅବକାରୀ ଟିମ ଯାଞ୍ଚ କରିଥିଲା I ସେଥ୍ରେ ୩୦ କେଳି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ସେହିପରି ଉକ୍ତ ଗାଡ଼ିକୁ ପାଇଲେଟି” ଜରୁଥିବା ଏକ ସ୍କୁଟି ମଧ୍ୟ ଜବତ ହୋଇଛି। କାର ଭିତରେ ଥିବା କନ୍ଧମାଳ ଜିଲ୍ଲା କେ, ନୂଆଗାଁ ର ମୋହିତ ମଲିକ (୨୮) ଓ ପଶ୍ଚିମବଙ୍ଗ ୨୪ ଉତ୍ତର ପ୍ରଗଣାର ଆଲମ ମଣ୍ଡଳ(୩୯) ଓ ସ୍କୁଟି ଚାଳକ ନୌସେର ମଣ୍ଡଳ (୨୪)ଙ୍କୁ ଗିରଫ କରିଛି । ତାଙ୍କରି ବୟାନ ଆଧାରରେ ଖଲ୍ଲିକୋଟ ସାନ ଘାଟି ପାଖରେ ଥିବା ଅନ୍ୟ ଏକ ଟିମ ଅନ୍ୟ ଏକ କାର ଅଟକାଇ ଯାଞ୍ଚ କରିଥିଲେ । କାର ଭିତରେ ୨୫ କେଳି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସେଥିରେ ବସିଥିବା
ଦିନେଶ ପ୍ରଧାନ(୩୧) ଗଞ୍ଜାମ ଜିଲ୍ଲା ସୋରଠାରେ
ପପୁ ବୀରା(୩୦)ଙ୍କୁ ଗିରଫ କରିଥିଲା। ସେହିପରି ସେଠାରୁ ଜକ୍ତ ଗଞ୍ଜାଇ ଅନ୍ୟ ଏକ କାରରେ ବିହାର ପଠାଇବା ପାଇଁ ଥିବା ବେଳେ ଟିମ ଉକ୍ତ କାର ଟି କୁ ମଧ୍ୟ ଜବତ କରିଛି। କାର ଚାଳକ ବିହାର ରୋହତକ ଅଞ୍ଚଳର ରାହୁଲ କୁମାର (୩୧)ଙ୍କୁ ମଧ୍ୟ ଗିରଫ କରିଛି। ମାମଲା ନଂ ୩୮୯/୨୫-୨୬ ଓ ୩୯୦/୨୫-୨୬ ରେ ଉକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଡରରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ଟପେକ୍ଟର ନାରାୟଣ ଜେନା, ଏସ ଆଇ ଅଜିତ କୁମାର ନାୟକ
କନେଷ୍ଟେବଳ ବଳରାମ ଜେନା, ସନ୍ତୋଷ ନାୟକ, ପ୍ରବୀର ସାମଲ, କପିଳାଶ ଭତ୍ରା ଓ କୁମୁଦ ପ୍ରଧାନ ସାମିଲ ଥିଲେ । ସେହିପରି ବୁଧବାର ସନ୍ଧ୍ୟାରେ ସହରରେ ବ୍ରାଉନସୁଗାର, ନକଲି ବିଦେଶୀ ମଦ ବିକ୍ରି କରାଯାଇଥିବା ଖବର ହୃପୁର ଅବକାରୀ ଗ୍ରାମ୍ୟମାଣ ଏସପି ପ୍ରବୀଣ କୁମାର ପ୍ରଧାନ ଙ୍କ ନିର୍ଦେଶରେ ଡ଼ି ଏସପି କୁମୁଦ କହଁରଙ୍କ ନେତୃତ୍ବରେ ୪ ଗୋଟି ଟିମ ଗଠନ କରାଯାଇଥିଲା । ପୃଥକ ୪ ଗୋଟି ସ୍ଥାନରେ ଚଳର କରାଯାଇଥିଲା। ପ୍ରଥମେ ମେଡିକାଲ କ୍ୟାମ୍ପସ ନିକଟରେ ସନ୍ଦେହଜନକ ଭାବେ ଏକ ସ୍କୁଟି ଗାଢ଼ିରେ ବସିଥିବା ଏସ. ନାରାୟଣ ପାତ୍ର(୪୫) ଙ୍କୁ ଅଟକାଇ ଯାଞ୍ଚ ବେଳେ ତାଙ୍କ ନିକଟରୁ ୪୪ ଗ୍ରାମ ବ୍ରାଉନସଗର ପାଇଥିଲା । ତାଙ୍କ ଘର ବଡଦ୍ଵାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ନଗର। ତାଙ୍କୁ ଗିରଫ କରାଯିବା ସହ ବ୍ରାଉନସୁଗର ଓ ସ୍କୁଟି ଗାଡ଼ି ଜବତ ହୋଇଛି। ସେଠାରେ ସେ ଗ୍ରାହକଙ୍କୁ ବିକ୍ରି ପାଇଁ ଅପେକ୍ଷା କରିଥିଲେ ବୋଲି ଟିମ ଜାଣିବାକୁ ପାଇଛି। ତାଙ୍କ ବୟାନ
ଆଧାରରେ ଅନ୍ୟ ଏକ ଟିମ ନୂଆ ବସଷ୍ଟାଣ୍ଡ ସମୂଖ ମେଡିକାଲ ଗେଟ ପାଖରେ ଏକ ସ୍କୁଟି ଗାଢିରେ ବସିଥିବା ଯୁବକଙ୍କୁ ଧରିଥିଲା। ସେ ହେଲେ ପୁରୁଣା ହ୍ମପୁର ମେଣ୍ଡୁ ଛଜ ର ବାବୁ ଦଳାଇ(୨୨) । ଟିମ ତାଙ୍କ ପାଖରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କରିଛି। ସେହିପରି ତାଙ୍କ ବୟାନ ଆଧାରରେ ହରିଡାଖଣ୍ଡି କୈଳାଶନଗର ଅଞ୍ଚଳରେ ଜଣେ ମହିଳା ଟ୍ରାଉନସୁଗର ବିକ୍ରି କରୁଥିବା ଖବର ପାଇ ସେଠାରେ ଚଢଉ କରାଯାଇଥିଲା। ସଂଧାରଣୀ ଶତପଥୀ (୪୫)ଙ୍କ ନିକଟରୁ
୧୦ ଗିରଫ, ୩ କାର, ସ୍କୁଟି ଜବତ
ଟିମ ୫୭ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏପରି ମୋଟ ୧୪୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ଯାହାର ମୂଲ୍ୟ ୧୫ ଲକ୍ଷ ହେବ ବୋଲି କୁହାଯାଇଛି । ସେହିପରି କୈଳାଶ ନଗରରେ ନକଲି ବିଦେଶୀ ମଦ ବିକ୍ରି ହେଇଥିବା ଖବର ପାଇ ଅନ୍ୟ ଏକ ଟିମ ସେଠାରେ ଚଦର କରିଥିଲା । ସ୍ଵରାଜ ଶତପଥୀଙ୍କ ଘରେ ଚଢେର ବେଳେ ସେଠାରୁ ୨୦ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ସେହିପରି ୧ଲିଟର ତରଳ ରାସାୟନିକ ସାମଗ୍ରୀ, ୧୨୦ ଗୋଟି ନକଲି ଲେବଲ ଓ ଖାଲି ବୋତଲ ଜବତ ହୋଇଛି।
ଚଡରରେ ଡ଼ିଏସପି କୁମୁଦ କହଁର, ଇନ୍ସପେକ୍ଟର ମନିଶା ଭୋଳ, ବି.ମନୋଳ କୁମାର, ଏ ଏସ ଆଇ ଅଗ୍ରୀଫା ଗମାଙ୍ଗୋ, ଭବାନୀ ବେହେରା, କନେଷ୍ଟେବଳ ଭବାନୀ ବେହେରା, କେ. ଗୋପାଳ ରେଡ୍ଡୀ, କି. କ୍ରିଷ୍ଣା ରାଓ, କୃଷ୍ଣ ଗୌଡ଼, ଅନିଲ ବେହେରା, ପଦ୍ମାବତୀ ସେଠୀ, ସୁଧାକର ଶବର ଓ ସ୍ଵୟଂଭୁ କହଁର ପ୍ରମୁଖ ସାମିଲ ଥିଲେ ।
ବ୍ରାଉନ ସୁଗର, ବିଦେଶୀ ମଦ ଓ ଗଞ୍ଜେଇ ଜବତ ।