District

ମୁଖ୍ୟମନ୍ତ୍ରୀ ଶିକ୍ଷ। ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ସମ୍ମାନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ସମ୍ବଦ୍ଧନା

ନବରଙ୍ଗପୁର, ତା୧୨/୯

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ପୁଜାରୀଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାରାଣୀ ଦାଶ ଗୁରୁ ଦିବସରେ ରାଜଧାନୀରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କୃତ ହୋଇଛନ୍ତି। ଏହିପାଇଁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଛନ୍ତି।

ସମ୍ବଦ୍ଧନା ସମୟରେ ଜିଲ୍ଲା ନୋଡାଲ ଅଧୂକାରୀ ତଥା ଉଚ୍ଚଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ଅବିନାଶ ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ କେଶବ ମେହେର, ପ୍ରକାଶ ଚନ୍ଦ୍ର ମହାଲିକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ, ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ ଓ ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମୀତା ନେତମ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ଦାଶ ଦୀର୍ଘ ୧୪ ବର୍ଷ ଧରି ଉତ୍ତମ ଶିକ୍ଷାଦାନ କରିବା ସହ ଡ୍ରପଆଉଟ ଶିକ୍ଷାର୍ଥୀ ଏବଂ ନିୟମିତ ଅନୁପସ୍ଥିତ ରହୁଥ‌ିବା ଶିକ୍ଷାର୍ଥୀଙ୍କୁ ଶିକ୍ଷା ସ୍ରୋତରେ ସାମିଲ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button