ବାଲ୍ୟ ବିବାହ ନିର।କରଣ ସଚେତନତ। ଶିବିର
ବାଲ୍ୟବିବାହ ନିରାକରଣ ସଚେତନତା ଶିବିର
ଡାବୁଗାଁ,୧୨/୯: ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବାଲ୍ୟବିବାହ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍ଥିକ ସାକ୍ଷରତା ବିଶେଷଜ୍ଞ ସସ୍ମିତା ପାତ୍ର, ଲିଙ୍ଗ ବିଶେଷଜ୍ଞ ପ୍ରୀତି ବାଗ, ଶିଶୁ ଅଧିକାର ସହଯୋଗୀ ସୌରଭ ଉପାଧ୍ୟାୟ, ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ରାଧା ଶିକ୍ଷକ, ସନୋଜ ମହାପାତ୍ର ଯେ । ଗ ବ । ଲବି ବ । ହ ନିରାକରଣ ଓ ଶିଶୁ ସୁରକ୍ଷା ଉପରେ ଛାତ୍ରଛାତ୍ରୀମାନଙ୍କୁ 96 6 କରିଥି ଥିଲେ । ବିଶେଷ କରି ଦାରିଦ୍ର ଦାରିଦ୍ର୍ୟ, ଯୌତୁକ ଦାବି ଓ ସାଂସ୍କୃତିକ ପରମ୍ପରା, କିଛି ଆଇନଗ ନଗତ ସ୍ବୀକୃତି, ସାମାଜିକ ଓ ଧାର୍ମିକ ଚାପ, ଝିଅ ଅବିବାହିତ ବାହିତ ହୋଇ ରହିଯିବାର ଭୟ, ନିରକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର ଓ ଆତ୍ମନିର୍ଭରଶୀଳ ଅକ୍ଷମତା ଯୋ ଯାଗୁ ସମାଜରେ ବାଲ୍ୟବିବାହ ବୃଦ୍ଧି ପାଉଥିବା
କହିଥିଲେ । ସୁସ୍ଥ ଜୀବନ ଯାପନ ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ବ ହେଲେ ବିବାହ କରିବା ଉଚିତ୍ ବୋଲି କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବାଲ୍ୟବିବାହ ନିରାକରଣ ପାଇଁ ଶପଥ ପାଠ କରାଯାଇଥିଲା। ଶିଶୁ ସୁରକ୍ଷା ଓ ନିର୍ଯାତନା ପାଇଁ ବିଭିନ୍ନ ହେଲ୍ପ ଲାଇନ୍ ସହାୟତା ନିଆଯାଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ପ୍ରସନ୍ନ ଦଣ୍ଡସେନା, ଗୁପ୍ତପ୍ରସାଦ ନାଗ, ଗିରିଶବାଳା ଜେନା
ଓ ଶିକ୍ଷକ ରମାକାନ୍ତ ଲେଙ୍କା ଉପସ୍ଥିତ ଥିଲେ । ସେହିପରି ଚଚରାଗୁଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳ ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାଲ୍ୟବିବାହ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ରାଲି କରାଯାଇଥିଲା ।