ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମାଲକାନଗିରି, ୧୨/୯: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟ ରେ ଜିଲ୍ଲା ଜରୁରୀ କାଳିନ ବିଭାଗ ଦ୍ୱାରା କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକ୍ ର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ତଥା କ୍ଷମତା ନିର୍ମାଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।
ଏଠାରେ ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ନେଇ ତାଲିମ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିବର୍ତ୍ତନ ସ୍ଵେଚ୍ଛାସେବୀ ସଂଗଠନର ପ୍ରଶିକ୍ଷକମାନେ ସମସ୍ତ ବ୍ଲକ୍ ର ପିଇଓମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ଜ୍ଞାନ କୌଶଳ ଉପରେ ଆଲୋଚନା କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଉପସ୍ଥିତ ଥିଲେ। ଜରୁରୀ କାଳିନ ବିଭାଗର ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲେ।