District

ଆଦେଶ ନ।ମ। ପରେ ମଧ୍ଯ ପଦୋନ୍ନତି ପ।ଉ ନାହାନ୍ତି ସ୍ୱାସ୍ଥ୍ୟ କର୍ମୀ

|

ଆଦେଶନାମା ପରେ ମଧ୍ୟ ପଦୋନ୍ନତି ପାଉନାହାନ୍ତି ସ୍ୱାସ୍ଥ୍ୟକର୍ମୀ

ବାଲିମେଳା,,୧୨/୯ : ମାଲକାନଗିରି ଜିଲ୍ଲାରେ ପ୍ରାୟ ୧୩୮ଜଣ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପଦୋନ୍ନତି ଅର୍ଡର ମିଳିବା ପରେ ମଧ୍ୟ ପୋଷ୍ଟି ଦେଉନି ଜିଲ୍ଲା ପ୍ରଶାସନ। ମିଳିଥିବା ସୂଚନା ଅନୁଯାୟୀ ଚିଠି ସଂଖ୍ୟା – (୨୦୭୩ ) ଗତ ୨୧/୦୨/୨୦୨୫ ଓ ଚିଠି ସଂଖ୍ୟା (୩୨୨୯) କ ତା ୧୧/୦୩/୨୦୨୫ ଅନୁସାରେ ଜିଲ୍ଲାର ପ୍ରାୟ ୧୩୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ → ପଦୋନ୍ନତି କରାଯାଇଥିଲା। କିନ୍ତୁ . ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ସେହି ସ୍ୱାସ୍ଥ୍ୟକର୍ମୀଙ୍କୁ ପଦୋନ୍ନତି ଚିଠି ଅନୁସାରେ ପୋଷ୍ଟି ମିଳିନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସାର୍ବଜନୀନ ସ୍ଵାସ୍ଥ୍ୟ ଅଧିକାରୀ, ମାଲକାନଗିରି ଜିଲ୍ଲା ପ୍ରମୋଶନ କମିଟିଙ୍କ ୦୪/୦୩/୨୫ ଏବଂ ୧୯/୦୨/୨୫ରେ ଅନୁଷ୍ଠିତ

ଓ ବୈଠକର ସୁପାରିଶ ଅନୁଯାୟୀ, ନିମ୍ନଲିଖୁତ ଏମ ପିଏଚଡବ୍ଲ୍ୟୁ ( ପୁରୁଷ ଓ ମହିଳା) ଲେଭଲ – ୨ ମାନେ ଏମ୍‌ପିଏଚ୍‌ଡବ୍ଲ୍ୟୁ ଓ ମଲ୍ଟି ହେଲଥ ଓ୍ବାର୍କର (ପୁରୁଷ ଓ ମହିଳା) ଲେଭଲ -୧ ପଦବୀକୁ ଲେଭଲ -୯ ବେତନ ସିଢ଼ି (୩୫୪୦୦/-) ରୁ ଆରମ୍ଭ କରି (୧୧୨୪୦୦/-) ଅନୁଯାୟୀ ଓ ଆର୍ ଏସ୍‌ ପି ନିୟମ -୨୦୧୭ଅନୁସାରେ ସାଧାରଣ ଡିଏ ଓ ଅନ୍ୟାନ୍ୟ ଭତ୍ତା ସହିତ ଉନ୍ନତି ଦିଆଯାଇଛି, ଯାହା ସରକାର ଦ୍ଵାରା ସମୟ ସମୟରେ ଅନୁମୋଦିତ। ଏହି ପଦବୀ ଉନ୍ନତି ସେମାନେ ପ୍ରକୃତରେ ତାଙ୍କର ଦାୟିତ୍ଵ ନିର୍ବାହ ଆରମ୍ଭ କରିଥିବା ତାରିଖରୁ ପ୍ରଭାବୀ ହେବ। ଉନ୍ନତି ପରେ ସେମାନେ ତାଙ୍କର ବର୍ତମାନ ସ୍ଥାନରେ କାର୍ଯ୍ୟ ଜାରି ରଖୁବେ, ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ଵର ଓ ସାର୍ବଜନୀନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ଥାନ ଅନୁମୋଦନ ହେଉନାହିଁ। ଏଭଳି ଚିଠିରେ ଆଦେଶ କରାଯାଇ ଅଛି କିନ୍ତୁ ଏପର୍ଯ୍ୟନ୍ତ ନମିଳିବାର କାରଣ କିଛି ଜଣା ପଡ଼ିନାହିଁ। ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରିଲନାହିଁ। ଏଥିରେ ମଧ୍ୟ କିଛି ଶୁଣିବାକୁ ମିଳିଥିଲା ଯେ ଟଙ୍କା ନେଣଦେଣ ହୋଇପାରି ନାହିଁ ବୋଲି ପ୍ରଦୋନ୍ନତି ଆଦେଶନାମା ଦିଆଯାଉନାହିଁ। ଏଭଳି ବହୁତ କିଛି ଗୁଜବ ମଧ୍ୟ ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା ହେବାର ଦେଖୁବାକୁ ମିଳିଛି। ଏବେ ଦେଖୁବାକୁ ବାକି ରହିଲା ଯେ କେବେ ନିଜର ପଦୋନ୍ନତି ଆଦେଶନାମା ପାଉଛନ୍ତି ଏହି ୧୩୮ ସ୍ୱାସ୍ଥ୍ୟକର୍ମୀ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button