District

ନନ୍ଦ।ହ।ଣ୍ଡି ବ୍ଳକରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ

ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ

ନନ୍ଦାହାଣ୍ଡି, ୧୨/୯ ନନ୍ଦାହାଣ୍ଡି ବ୍ଳକ ଡଙ୍ଗରଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟର ବୈଠକ ଗୃହରେ ବ୍ଳକର ୮୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, ବିଇଓ ଶ୍ରୀକାନ୍ତ ଜାନି ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମସ୍ତ ସରକାରୀ ସୁବିଧା ସୁଯୋଗକୁ ସଠିକ ଭାବେ ପରିଚାଳନା କରୁଛନ୍ତି ନା ନାହିଁ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପଚାରି ବୁଝିଥିଲେ। ସରକାରୀ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ କହିଥିଲେ । ଏଥିରେ ଖିଲାପ ହେଲେ ନିଜେ ହିଁ ଦାୟୀ ରହିବେ ବୋଲି ମଧ୍ୟ କହିଥିଲେ । ଏହି ବିଦ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଶେଷରେ ବ୍ଳକର ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଇ ସମସ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ଦୃଷ୍ଟି ଦେବା ପାଇଁ ନନ୍ଦାହାଣ୍ଡି ବିଇଓଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button