District

କମୁଛି ଗୋସମ୍ପଦ ୧୦ବର୍ଷ ରେ ୬୬୫୮୦ ଗ।ଏବ

କମୁଛି ଗୋସମ୍ପଦ, ୧୦ବର୍ଷରେ ୬୬୫୮୦ ଗାଏବ

ନବରଙ୍ଗପୁର, ୧୧/୯: ଜିଲ୍ଲାରେ ଦେଶୀ ଗାଈ, ଗୋରୁ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ଗଣନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ପ୍ରାଣୀ ସମ୍ପଦର ଯତ୍ନ ନେବା ଲାଗି ଶ୍ରମିକ ସହ ଘାସର ଅଭାବ ଏବଂ କୃଷି ଯନ୍ତ୍ରପାତିର ଉଦ୍ଭାବନ ଏହା ପଛର ମୁଖ୍ୟ କାରଣା

୨୦୧୨ ପ୍ରାଣୀ ଗଣନାରେ ଜିଲ୍ଲାରେ ଦେଶୀ ଗୋରୁଗାଈ ସଂଖ୍ୟା ୩ ଲକ୍ଷ ୮୭ହଜାର ୯୨୨ ରହିଥିଲା। ୨୦୧୮ରେ ଏହି ସଂଖ୍ୟା ହ୍ରାସ ପାଇ ୩ ଲକ୍ଷ ୨୪ ହଜାର ୭୨୮ରେ ପହଞ୍ଚିଥିଲା। ୨୦୨୫-୨୬ ପ୍ରାଣୀ ଗଣନାରେ ଗୋ ସମ୍ପଦ ସଂଖ୍ୟା ୩ଲକ୍ଷ ୨୧ହଜାର ୩୪୨ରେ ପହଞ୍ଚିଛି। ୧୦ ବର୍ଷରେ ୬୬ ହଜାର ୫୮୦ ଦେଶୀ ଗାଈ, ଗୋରୁ କମିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ବିଦେଶୀ ତଥା ଶଙ୍କର ଜାତୀୟ ଗାଈଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୧୨ରେ ଜିଲ୍ଲାରେ ଶଙ୍କର ଜାତୀୟ ଗାଈଗୋରୁଙ୍କ ସଂଖ୍ୟା ରହିଥିଲା ୧୨୨୫୭ ୨୦୨୫-୨୬ରେ ଏହା ୧୭୮୬୪ରେ ପହଞ୍ଚିଛି। ଦେଶୀ ଗୋରୁ ସଂଖ୍ୟା କମିବାର ପ୍ରମୁଖ

କାରଣ ଶ୍ରମିକ ଓ ଘାସର ଘୋର ଅଭାବ ବୋଲି କହିଛନ୍ତି ସିନ୍ଧିଗାଁର ନିଳାମ୍ବର ଜାନୀ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବେଦବ୍ୟାସ ଭତ୍ରା। କୃଷି କାମ ପାଇଁ ଚାଷୀମାନେ ବଳଦ ବଦଳରେ କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ପାୱାର ଟିଲର ଉପରେ ଅଧିକ ନିର୍ଭର କରୁଛନ୍ତି | ଏହା ଛଡ଼ା ପଡ଼ୋଶୀ ଛତିଶଗଡ଼,

ଆନ୍ଧ୍ରପ୍ରଦେଶକୁ ଦୈନିକ ଶହ ଶହ ଗୋରୁ ଚାଲାଣ ହେଉଛନ୍ତି। ଅଧିକ କ୍ଷୀର ଆଶାରେ ଦେଶୀ ଗାଈକୁ ବିକ୍ରି କରି ଚାଷୀ ଶଙ୍କର ଜାତୀୟଙ୍କୁ ଆପଣାଉଛନ୍ତି। କ୍ଷୀର, ଦହି, ଛେନା, ଘିଅ ପ୍ରସ୍ତୁତ କରି ଲାଭବାନ ହେଉଛନ୍ତି। ଦେଶୀ ଗାଈଗୋରୁଙ୍କ ସଂଖ୍ୟା କମୁଥିବା ସ୍ବୀକାର କରିଛନ୍ତି ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା. ରାଧେଶ୍ୟାମ

ଲାଏକା ବିଦେଶୀ ତୁଳନାରେ ଦେଶୀ ଗାଈ ଗୋବରରୁ ଶତ ପ୍ରତିଶତ ଜୈବିକ ଖତ ପ୍ରସ୍ତୁତ ହୋଇପାରୁଛି। ଏହା ମାଟିକୁ ଉର୍ବର କରିବା ସହ ଜୈବ ବିବିଧତା ପାଇଁ ବହୁ ଉପକାରୀ ବୋଲି କହିଛନ୍ତି ବିଧାୟକ ଗୌରୀ ଶଙ୍କର ମାଝୀ। ଘର ଅଗଣାରେ ଗୋବର ଲିପିବା ପରମ୍ପରା ଆଉ ନଥିବାରୁ ବହୁ

ଭାଇରସ୍ ଏବଂ ବିପଦଜନକ କୀଟାଣୁଙ୍କ ବଂଶବୃଦ୍ଧି ହେବାରେ ଲାଗିଛି। ଏହାର ପାର୍ଶ୍ଵ ପ୍ରତିକ୍ରିୟାରେ ମଣିଷକୁ ଅନେକ ଅଜଣା ରୋଗ ମାଡ଼ି ବସିଲାଣି। ସରକାର ଦେଶୀ ଗୋ-ସମ୍ପଦର ସୁରକ୍ଷା ପାଇଁ ନୂଆ ଯୋଜନା ଏବଂ ରୂପରେଖ ପ୍ରସ୍ତୁତି କରିଛନ୍ତି। ଅତି ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି-ବିଧାୟକ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button