ରାଜ୍ୟ ସ୍ତରୀୟ ୩ ଜଣ ଛାତ୍ରୀ ମନୋନୀତ
ରାଜ୍ୟସ୍ତରକୁ ୩ ଛାତ୍ରୀ ମନୋନୀତ
ଖୋ-ଖୋ ଖେଳରେ ମୋରଡ଼ା ବ୍ଳକକୁ ସଫଳତା
BLOCK MORADA
ବିଇଓ ବିଜୟ ବିଜୟ କୁମାର ପାଣିଗ୍ରାହୀ । କୃତୀ ଛାତ୍ରୀମାନଙ୍କୁ ସମ୍ବନ୍ଧିତ କରୁଛନ୍ତି।
ମୋରଡ଼ା, ୧୧/୯
ଜିଲ୍ଲାସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ୍କୁସଫଳତା ମିଳିଛି। ଏହି ବ୍ଲକର ୩ ଛାତ୍ରୀ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। ମନୋନୀତ ହୋଇଥିବା ଛାତ୍ରୀମାନେ ହେଲେ ଦୁର୍ଗାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଆରାଧ୍ୟା ସିଂ, ସୁଭଦ୍ରା ସିଂ ଏବଂ ତପସ୍ବିନୀ ସିଂ। ଏପରି କୃତୀତ୍ଵ ପାଇଁ ମୋରଡା ବିଇଓ ବି ବିଜୟ କୁମାର ପାଣିଗ୍ରାହୀ ଉକ୍ତ ୩ଜଣ ଛାତ୍ରୀକ୍ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବନ୍ଧିତ କରିଛନ୍ତି। କରିଛ ଏହି ସଫଳତା ପାଇଁ ଛାତ୍ରୀମାନେ ନ ମୋରଡା ବ୍ଲକ୍ ଖେଳ ଶିକ୍ଷକ ଅଫିସର ଫିସର ସୁନୀଲ ହାନ୍ତ, କୋଚ୍ ଭାରତୀ ମହାନ୍ତ ଏବଂ
ବିଦ୍ୟାଳୟର ଖେଳ ଶିକ୍ଷକ ହେମନ୍ତ କୁମାର ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ବିଶୋଇସ୍ଥିତ ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ସେପ୍ଟେମ୍ବର ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜିଲାସ୍ତରୀୟ ଫୁଟବଲ, କବାଡ଼ି ଏବଂ ଖୋ-ଖୋ ପ୍ରତିଯୋଗିତା ଚାଲିଥିଲା। ନିୟମ ମୁତାବକ ପ୍ରତି ଖେଳରେ ଯେଉଁ ବ୍ଲକରୁ ଅଧିକ ପ୍ରତିଯୋଗୀ ମନୋନୀତ ହେବେ ସେହି ବ୍ଲକ ଚାମ୍ପିୟନ ଘୋଷିତ ହୋଇଥାଏ। ବାଳିକା ବିଭାଗ ଖୋ–ଖୋ ଖେଳରେ ମୋରଡା ବ୍ଲକରୁ ସର୍ବାଧିକ ୩ଜଣ ପ୍ରତିଯୋଗୀ ମନୋନୀତ ହୋଇଥିବାରୁ ଏହି ବ୍ଲକ ଖୋ-ଖୋ ଖେଳର ବାଳିକା ବିଭାଗରେ ଚାମ୍ପିୟନ ହୋଇଥିଲା ।