District

ରକ୍ତ ମହଜୁଦ ରଖିବ। ଆବଶ୍ୟକ ରାଜ୍ୟ ପ।ଳ କହିଛନ୍ତୀ

ରକ୍ତ ମହଜୁଦ ରହିବା ଆବଶ୍ୟକ: ରାଜ୍ୟପାଳ

କୋରାପୁଟ, ୧୧/୯: ଜରୁରି ପରିସ୍ଥିତିର ମୁକାବିଲା ନିମନ୍ତେ ରକ୍ତଭଣ୍ଡାରରେ ସର୍ବଦା ବିଭିନ୍ନ ବର୍ଗର ରକ୍ତ ମହଜୁଦ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଭାରତୀୟ

ରେଡକ୍ରସ୍ ସୋସାଇଟି (କୋରାପୁଟ ଶାଖା) କର୍ମକର୍ତ୍ତାଙ୍କ ସହ ସାକ୍ଷାତ ସମୟରେ କହିଛନ୍ତି । ଏଥିପାଇଁ ସମାଜର ସବୁବର୍ଗର ଲୋକ, ସାମାଜିକ ସଂଗଠନ, ବିଶେଷ କରି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳଙ୍କୁ ଗତକାଲି ସନ୍ଧ୍ୟାରେ

ଜିଲ୍ଲା ଜରୁରିକାଳୀନ ଅଧିକାରୀ ସୌରଞ୍ଜିତା ମାଝୀ, ରେଡ୍‌କ୍ରସ ଆଜୀବନ ସଦସ୍ୟ ଶେଖ ଇବ୍ରାହିମ, ଡ. ଉମାଶଙ୍କର ପ୍ରସାଦ ପାତ୍ର, ବିଜୟ କୁମାର ସାହୁ, ଶାହେଦା ପରୱିନ, ପ୍ରମୋଦ ସେଠୀ, ଜିଲ୍ଲା ଯୁବ ରେଡ୍‌କ୍ରସ ସଂଯୋଜକ ଡ. ନରେଶ ଚନ୍ଦ୍ର ସାହୁ, ଜିଲ୍ଲା ଯୁବ ରେଡ୍‌କ୍ରସ ଆବାହକ ସଂପାଦକ ଡ. ଲୋପାମୁଦ୍ରା ସ୍ବାଇଁ, ଜିଲ୍ଲା କନିଷ୍ଠ ରେଡ୍‌କ୍ରସ ଅଧିକାରୀ ହରେକୃଷ୍ଣ ମହାରଣା ସର୍କିଟ ହାଉସ୍‌ରେ ଭେଟିଥିଲେ । ରେଡ୍‌କ୍ରସ ସ୍ବେଚ୍ଛାସେବୀଙ୍କ ଦ୍ବାରା ଜିଲ୍ଲାରେ କରାଯାଉଥିବା ରକ୍ତଦାନ ଅଭିଯାନ ସହ ଅନ୍ୟାନ୍ୟ ସେବାକାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ କୋରା ରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟ ମହାଜନ, ଏସ୍‌ପି ରୋହିତ ବର୍ମାଙ୍କ ସମେତ ଅନେ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button