
ଭଞ୍ଜନଗର,୧୧/୯ : ତାରସିଂ ଥାନା ଅଧୀନ ଚଣ୍ଡୀପାଟଣା ଛକ ନିକଟରେ ଥିବା ଦୁଇଟି ଦୋକାନରେ ଗତ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଭଳି ଦୋକାନ ମାଲିକ ତାଲା ପକାଇ ସନ୍ଧ୍ୟାରେ ଘରକୁ ଯାଇଥିଲେ। ସକାଳେ ଦେଖିବା ବେଳକୁ ତାଲା ଭଙ୍ଗା ଯିବା ସହ ଗେଡାକୁ ଭଙ୍ଗାଯାଇଛି।
ଅଭିଯୋଗ ପାଇଁ ପୁଲିସ ପହଁଞ୍ଚି ଛାନଭିନ୍ ତଦନ୍ତ ଆରମ୍ଭ କରିଛି। ଦୋକାନ ମାଲିକ ଜଟେସ୍ୱର ପରିଛାଙ୍କ କହିବା ମୁତାବକ, ଗତକାଲି ସେ ବ୍ୟାଙ୍କ ରୁ କୋଡିଏ ହଜାର ଟଙ୍କା ଉଠାଇ ଆଣିଥିଲେ। ଏହାର ସୁଯୋଗ ନେଇ ଲୁଟେରା ମାନେ ରାତିରେ ଉକ୍ତ ଦୋକାନରେ ପଶି ସେହି କୋଡିଏ ହଜାର ଟଙ୍କା ସହ କିଛି ଆସବାପତ୍ର ସହ ଠାକୁରଙ୍କ ପିତଳ ସାମାନ୍ ଚୋରି କରିଛନ୍ତି।
ଯାହାର ମୂଲ୍ୟ କୋଡିଏ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏଥିସହ ନିକଟରେ ଥିବା ଅନ୍ୟ ଦୋକାନରୁ ମଧ୍ୟ ବହୁ ଆସବାପତ୍ର ସହ କିଛି ଟଙ୍କା ସମେତ ଏକ ଜମିରୁ ଗୋଟିଏ ଇଲେକ୍ଟ୍ରି ପାଣି ମୋଟର ଚୋରି ହୋଇଥିବା ଜଣାପଡିଛି।