District

ଓଲଟିପଡିଲ। ମାଣ୍ଡିଆ ବୋଝେଇ ଟ୍ରକ

ଓଲଟିପଡ଼ିଲା ମାଣ୍ଡିଆ ବୋଝେଇ ଟ୍ରକ୍

ଉମରକୋଟ, ୧୦/୯

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅଧୀନ ପୁଟୁଗୁଡ଼ା ଗ୍ରାମ ନିକଟରେ ପିଡିଏସ୍ ମାଣ୍ଡିଆ ନେଇ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ନିକଟସ୍ଥ ଧାନଜମିକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ଉମରକୋଟ ବ୍ଲକ୍‌ର କିଛି

ପଞ୍ଚାୟତରେ ବାଣ୍ଟିବା ନିମନ୍ତେ ନବରଙ୍ଗପୁରରୁ ଏକ ଟ୍ରକ୍ (ଓଡି– ୨୪ଏଲ୍—୨୮୧୪) ୩୧୭ବସ୍ତା ମାଣ୍ଡିଆ ନିଆଯାଉଥିଲା। ସେମାଳା ପଞ୍ଚାୟତରେ କିଛି ମାଣ୍ଡିଆ ବସ୍ତା ଅନ୍‌ଲୋଡ କରି ସେଠାରୁ ଅଞ୍ଚଳା ପଞ୍ଚାୟତକୁ ଯାଉଥିବାବେଳେ ପଟୁଗୁଡ଼ା ଗାଁ ପରେ ଏକ ଅଣଓସାରିଆ ପୋଲ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଧାନ ଜମିକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଟ୍ରକ୍‌ରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ରାସ୍ତା ଅଣ ଓସାରିଆ ଯୋଗୁ ଏହିଭଳି ଦୁର୍ଘଟଣା ଘଟିଥୁବା ଅଞ୍ଚଳ ଳା ସରପଞ୍ଚ ଅର୍ଜୁନ ଭତ୍ରା କହିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ପୋଲ ନିର୍ମାଣ ପାଇଁ ଅନେ ଥର କୁହାଯାଇଛି। ହେଲେ ହୋଇ‌ନାହିଁ ବର୍ଷାଦିନ ପରେ ପୋଲ ନିର୍ମାଣ କରାଯିବ ବୋଲି ବିଭାଗୀୟ ଅଧ୍କାରୀ କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button