DistrictMalkangiri

କାଲିମେଳା ଠାରେ କଳିଙ୍ଗ ବୈଶ୍ୟ ମିଗ ଅଞ୍ଚଳ ପୁଷ୍ଟି ସମ୍ମିଳନୀ ଅନୁଷ୍ଠିତ

କାଲିମେଳା, ୧୦/୦୯: କଳିଙ୍ଗ ବୈଶ୍ୟ ସଂଘ ମିଗ ଅଞ୍ଚଳ ପୁଷ୍ଟି ସମ୍ମିଳନୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ ଥିବା ଆରଏମସି ଗୋଦାମ ଗୃହ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମିଗ ଅଞ୍ଚଳ ଅଧୀନସ୍ଥ 8 ଗୋଟି ସଂଘ ରହିଥିବା ବେଳେ ସେହି ସଂଘ ମାନଙ୍କର ସଭାପତି, ସମ୍ପାଦକ, କୋଷାଧ୍ଯକ୍ଷ ଙ୍କ ସହିତ କାଲିମେଳା କଳିଙ୍ଗ ବୈଶ୍ୟ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଯୋଗଦାନ କରିଥିଲେ l ଆଜିର ସମ୍ମିଳନୀ ରେ ସଂଘ ଦ୍ଵାରା ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରା ଯାଇଥିଲା l

ଆଗାମୀ ଦିନରେ କିଭଳି ସଂଘ ମଜବୁତ ହୋଇପାରିବ ସେ ନେଇ ସମସ୍ତେ ନିଜର ମତଦାନ ଦେଇଥିବାବେଳେ ରକ୍ତ ଦାନ ଶିବିର, ପରିବେଶ ସୁରକ୍ଷା, ସମାଜସେବା, ଭଲ କାର୍ଯ୍ୟ କରୁଥବା ଛାତ୍ରଛାତ୍ରୀ ଙ୍କୁ ଚିହ୍ନଟ କରି ପୁରଷ୍କାର ଦେବା ଏବଂ ପୁଅ ଝିଅଙ୍କ ବିବାହ ଉପରେ ଆଲୋଚନା ହୋଇଥିଲା l

ବୈଠକରେ ମିଗ ଅଞ୍ଚଳ ସଭାପତି ରବିନ୍ଦ୍ର ନାଥ ପାତ୍ର, ଉପ ସଭାପତି ଟି. ବିରଞ୍ଚି ନାରାୟଣ ପାତ୍ର, ସମ୍ପାଦକ ଚିନାରି ଟୁନା ପାତ୍ର, ଯୁଗ୍ମ ସମ୍ପାଦକ ପଟମ ସନ୍ତୋଷ ପାତ୍ର, କୋଷାଧ୍ଯକ୍ଷ କାମୁଲା କୁନା ପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ କାଲିମେଳା ସଂଘ ର ସଭାପତି ବେଣୁ ଗୋପାଳ ପାତ୍ର, ସମ୍ପାଦକ କେ ପୂର୍ଣ୍ଣଚନ୍ଦ୍ର ପାତ୍ର, କୋଷାଧ୍ଯକ୍ଷ ଏସ ରମେଶ ଉପସ୍ଥିତ ଥିଲେ l

ଏହି ଅବସରରେ ମହିଳା ମହାସଂଘ ତରଫରୁ କାଲିମେଳା ସଂଘ ପାଇଁ କର୍ମକର୍ତା ଚୟନ କରା ଯାଇଥିଲା ମହିଳା ସଂଘର ଅଂଚଳର ସମ୍ପାଦିକା ରିଙ୍କି ସେନାପତି, ସଭାନେତ୍ରୀ ଗୀତାଞ୍ଜଳି ପାତ୍ର, କୋଷାଧକ୍ଷl ଲିତାଞ୍ଜଲି ସ୍ଵରବ , ଉପ ସଭାନେତ୍ରୀ ସବିତା ପାତ୍ର ଙ୍କ ଉପସ୍ଥିତିରେ ଚୟନ ମାଧ୍ୟମରେ କାଲିମେଳା ସଂଘର ସଭାପତି ଭାବେ ଟି ସୁନିତା ସୁବୁଦ୍ଧି, ସମ୍ପାଦକ ଟି ଧରିତ୍ରୀ ସୁବୁଦ୍ଧି, କୋଷାଧ୍ଯକ୍ଷ ସି ଏଚ ବିନୁ ପାତ୍ର ଙ୍କୁ ମନୋନୀତ କରାଯାଇଥିବା ଜଣା ପଡିଛି l

ଶେଷରେ ଧନ୍ଯବାଦ ପରେ ଜାତୀୟ ସଙ୍ଗୀତ ଗାନ ସହ ଶାନ୍ତି ପାଠ କରାଯାଇଥିଲା l କାର୍ଯ୍ୟକ୍ରମକୁ କେ ପୂର୍ଣ୍ଣଚନ୍ଦ୍ର ପାତ୍ର ପରିଚାଳନା କରିଥିଲେ l

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button