ମନ୍ତ୍ରୀ ଗଡିଲେ ମନ୍ତ୍ରିମଣ୍ଡଳ ୧୯ ଜଣଙ୍କୁ ବ।ଣ୍ଡିଲେ ବିଭିନ୍ନ ବିଭ।ଗ
ମନ୍ତ୍ରୀ ଗଢ଼ିଲେ ‘ମନ୍ତ୍ରିମଣ୍ଡଳ’
୧୯ ଜଣଙ୍କୁ ବାଣ୍ଟିଲେ ବିଭିନ୍ନ ବିଭାଗ
ବ୍ରହ୍ମପୁର, ୯/୯: ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଓ ଇସ୍ପାତ ପରିବହନ ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ପୁଣି ଏକ ପ୍ରସଙ୍ଗରେ ପ୍ରସ ମନ୍ତ୍ରୀ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଯଦିଓ ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଏନ୍ଏସି ସମେତ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିଜର ପ୍ରତିନିଧୂଙ୍କ ନାମ ଘୋଷଣା କରିସାରିଛନ୍ତି ତଥାପି ବର୍ତ୍ତମାନ ନିଆରା ଢଙ୍ଗରେ ପୁଣି ନିଜ ଦଳର ତଥା ନିଜ ନିକଟତମ ୧୯ ଜଣଙ୍କୁ ବିଭିନ୍ନ ବିଭାଗ ଦାୟିତ୍ବ ପ୍ରଦାନ କରିଛନ୍ତି ନ୍ତି। ଏ ନେଇ ସେ । ଗଞ୍ଜାମ ଗଞ୍ଜାମ ଜିଲ୍ଲାପାଳଙ୍କୁ ଗତ ଅଗଷ୍ଟ ୨୮ତାରିଖରେ ଚିଠି ଲେଖୁଛନ୍ତି। ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ପରେ ଏନେଇ ବିଭିନ୍ନ ବିଭାଗାୟ ଅଧିକାରାଙ୍କୁ ମନ୍ତ୍ରୀଙ୍କ ମନ୍ତ୍ର ଠାରୁ ଆସିଥିବା ଚିଠି ଓ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଗତ ୬ ତାରିଖରେ ଗା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ତେବେ ମନ୍ତ୍ରୀଙ୍କ ପକ୍ଷରୁ ଜାରି ହୋଇଥିବା ଏଭଳି ଚିଠିକୁ ନେଇ ସବୁମହଲରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଏହାକୁ ନେଇ ଆପରି ଉଠାଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ. ଡମ୍ବୁରୁ ରେଜ୍ଜୀ। ଡମ୍ବୁରୁଙ୍କ କହିବା କଥା ହେଉଛି ପୂର୍ବରୁ ଜିଲ୍ଲାର ଥିବା ବହୁ ମନ୍ତ୍ରୀ ଓ ବିଧାୟକଙ୍କ ପକ୍ଷରୁ ଏଭଳି ଚିଠି କେବେ ଜାରି ହୋଇନାହିଁ । ଏ ଅଗଣତାନ୍ତ୍ରିକ ଓ ବେନିୟମ । ଏପରିକି ଦାୟିତ୍ବ ପ୍ରଦାନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କେତେକଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କୁ ଏଭଳି ଦାୟିତ୍ବ ଦେବା ଅର୍ଥ ଅପରାଧକୁ ଓ ଅପରାଧୀଙ୍କୁ ମନ୍ତ୍ରୀ ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହେଉଛି। ଏଣୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ. ଡମ୍ବୁରୁ ରେଡ୍ଡୀ ଚିଠିକୁ ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ଲୋଡ଼ିବା ସହିତ ସାମାଜିକ ଗଣମାଧ୍ୟମରେ ମଧ୍ଯ ପୋଷ୍ଟ କରିଛନ୍ତି। ଏହା ଦ୍ବାରା ମନ୍ତ୍ରୀ ବିଭୂତି ଜେନା ପ୍ରଶାସନକୁ ଚାପରେ ରଖିବାକୁ ଉଦ୍ଯମ କରିଥିବା ଡମ୍ବୁରୁ ଅଭିଯୋଗ କରିଛନ୍ତି । ସେହିଭଳି ସୁନୀଲ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ ଖଣି, ପୁଲିସ ଓ କୋର୍ଟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦେବାକୁ ନେଇ ନ ମଧ୍ୟ ଡମ୍ବୁରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି I କୋର୍ଟ ଓ ବିଚାର ବିଭାଗ ସମ୍ପୂର୍ଣ ନିରପେକ୍ଷ ଥିବା ବେଳେ ବେ ଏହି ବିଭାଗ ଦାୟିତ୍ବ ସହିତ ଖଣି ଓ ପୁଲିସ ବିଭାଗର ଦାୟିତ୍ବରେ ଏକାଧିକ ଅପରାଧିକ ମାମଲା ଥିବା ଜଣେ ବ୍ୟକ୍ତିଙ୍କୁ ଦେବାକୁ ନେଇ ମଧ୍ୟ ଡମ୍ବରୁ ପ୍ରଶ୍ନ କରିଛନ୍ତି I ଏଭଳି ଚିଠି ଜାରି କରି ମନ୍ତ୍ରୀ ନିଜର ନୈତିକତା ହରାଇଛନ୍ତି ଏବଂ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି । ଏଥିପାଇଁ ସେ ମହାମାନ୍ୟ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ଚିଠିକୁ ନେଇ ଆପରି କରିବା ସହ ରାଜ୍ୟପା ରାଜ୍ୟପାଳଙ୍କ ହସ୍ତକ୍ଷେପ ଲେ ପୂର୍ବ ଜିଲ୍ଲ ଲୋଡ଼ିଲେ ପରିଷଦ ସଭ୍ୟ