ସିବିଏସ୍ଇ ତ।ଥଁ। ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷ।
ସିବିଏସ୍ଇ ଢାଞ୍ଚାରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
କଟକ/ ଭୁବନେଶ୍ୱର, ୯/୯: ପ୍ରଶ୍ନପତ୍ର ଲିକ ଯୋଗୁ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ତଥା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ ହୋଇଥିଲା । ଏହି ପରୀକ୍ଷା ପୁଣି ଥରେ ସେପ୍ଟେମ୍ବର ୨୭ତାରିଖରେ କରାଯିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ୨୭ ତାରିଖ ଶନିବାର ଦିନ ଏହି ପରୀକ୍ଷା କରାଯିବ । ପରୀକ୍ଷା ଦୁଇଟି ସିଟି”ରେ ହେବ । ପରୀକ୍ଷା ସକାଳ ୯ରୁ ଆରମ୍ଭ ହେବ । ପ୍ରଥମ ସିଟିରେ ପେପର ୧ ପରୀକ୍ଷା। ପର୍ଯ୍ୟନ୍ତ ଚାଲିବ । ଦ୍ଵିତୀୟ ସିଟିରେ ପେପର ୨ ପରୀକ୍ଷା ଅପରାହ୍ନ ୨ ଟାରୁ ସାଢେ ୪ ଟା ପର୍ଯ୍ୟନ୍ତ ଚଳିବ । ଏନେଇ ବୋର୍ଡ ପକ୍ଷରୁ ବିଧବଦ୍ଧ ଭାବରେ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପ -୧ ଓ ପେପର -୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୂରି ବୁଲିଥିଲା ଏହାକୁ ଦେଖ୍ ପରୀକ୍ଷା ବାତିଲ କରାଯାଇଥିଲା । ଏହି ବିଭ୍ରାଟ ପରେ ସତର୍କ ହୋଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏଥର କିପରି ଶୃଙ୍ଖଳାର ସହ ପରୀକ୍ଷା କରାଯିବ ସେଥିପାଇଁ
କଡା ପଦକ୍ଷେପ ନେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ ଅନୁଯାୟୀ ହେବ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ଦୁଇଟି ପରୀକ୍ଷା ପରିଚଳନା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ସ୍ଵତନ୍ତ୍ର ଓଟିଇଟି ପରୀକ୍ଷାରେ ସେମାନେ ବ୍ୟବହାର କରିଥିବା ଟେକନିକ ବ୍ୟବହାର ହେବ ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୋଲିସ ସହାୟତାରେ ଯିବା ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ
ସହାୟତାରେ ପରୀକ୍ଷା ହେବ ବୋଲି କହିଛନ୍ତି ।
ପୂର୍ବରୁ ସ୍ଥିର ହୋଇଥୁବା ପରୀକ୍ଷା କେନ୍ଦ୍ରରେ ଏଥରର ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କ ଆଜ୍ ମିଟ୍ କାର୍ଡ ଆସନ୍ତା ୧୭ ତାରିଖନ୍ତୁ ବୋର୍ଡ
ୱେବ୍ସାଇଟ୍ ରେ ଉପଲବ୍ଧ ହେବ. ୧୯୩ ଟି କେନ୍ଦ୍ରରେ ପରୀକ୍ଷା ହେବା ୧୭ ତାରିଖରୁ ଆଡ଼ମିଟ କାର୍ଡ ଉପଲବ୍ଧ ହେବ । ୨୭ ଯାଏ ଆଡ଼ମିଟ କାର୍ଡ ନେଇ ପାରିବେ ପରୀକ୍ଷାର୍ଥୀ। ପୂର୍ବରୁ ଏଭଳି କଥା ଜାଣି ନ ପରିବାରୁ ଓଟିଇଟିରେ ଏଭଳି ବଡ଼ ଘଟଣା ହୋଇଥୁଲା ପରୀକ୍ଷା ପରିଚାଳନାରେ ଯେଉଁମାନେ ଅଛନ୍ତି ବା ସହଯୋଗ କରୁଛନ୍ତି ସେମାନଙ୍କ ଉପରେ ବି
ନଜର ରହିଛି। ୨୭ ରେ ପରୀକ୍ଷା ହେବ । ପ୍ରଶ୍ନପତ୍ର ପ୍ୟାଟର୍ନ ଯାହା ଥିଲା । ସେହି ଅନୁସାରେ ରହିବ ଏବଂ ସେଣ୍ଟର ମଧ୍ୟ ସମାନ ରହିବ ।
ପରୀକ୍ଷା ପଦ୍ଧତିରେ ଆହୁରି କିଛି ନୂଆ ବ୍ୟବସ୍ଥା ଯୋଡା ଯାଇଛି ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଅବଗତ କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପୂର୍ବରୁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକୁ ଜୁଲାଇ ୨୦ ତାରିଖ ରବିବାର ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ୍ ପାଇଁ ଜୁଲାଇ ୧୯ ତାରିଖ ଶନିବାର ବିଳମ୍ବିତ ରାତିରେ ପରୀକ୍ଷାକୁ ବାତିଲ କରାଯାଇଥୁଲା ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଏହି ପରୀକ୍ଷାକୁ ଅଗଷ୍ଟ ୩୧ ତାରିଖରେ କରାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା I
କିନ୍ତୁ ଏହାକୁ ମଧ୍ୟ ବିଭିନ୍ନ କାରଣରୁ ବନ୍ଦ କରାଯାଇଥୁଲା l ଏବେ ସେପ୍ଟେମ୍ବର ୨୭ ରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପଟେ ସ୍ୱତନ୍ତ୍ର ଓଟିଇଟି ଆଶାୟୀ କହିଛନ୍ତି ଯେ, ପୂର୍ବରୁ ଯେଉଁ ଭଳି ଭାବରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ବିଭ୍ରାଟ ଘଟିଥିଲା ତାହା ପୁନର୍ବାର ନହେଉ
। କିଭଳି ଭାବରେ ପରୀକ୍ଷା ସ୍ୱ ଭାବରେ ପରିଚାଳନା କରାଯି ସେନେଇ ସମସ୍ତ ବ୍ୟବସ୍ଥା କରିବ ଆବଶ୍ୟକ ବୋଲି କହିଛନ୍ତି ।
ପୂର୍ବରୁ ସୋସିଆଲ୍ ମିଡିଆ ଓଟିଇଟିର ପେପ-୧ ଓ ପେପ-୨ର ହାତଲେଖା ପ୍ରଶ୍ନ ଓ ତାହା ଉତ୍ତର ଘୂରି ବୁଲିଥୁଲା I ଦୁଇଟି ଯାଇ ପେପର୍ର ଅଧିକାଂଶ ପ୍ରଶ୍ନ ଏବଂ ତାE ଉତ୍ତର ଓଡ଼ିଆ ଓ ଇଂରାଜୀ ହାତଲେଖା ପ୍ରଶ୍ନ ମୋବାଇଲ୍
ମୋବାଇଲ୍କୁ ଏବେ ଘୂରୁଥିବ ଦେଖୁବାକୁ ମିଲିଥିଲା । ଭାଇରା ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଥିଲା I ଏହି ମାମଲାରେ କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପ ନିହାର ମହାନ୍ତି ଙ୍କ ସମେତ – ଜଣଙ୍କୁ ଗିରଫ କରିଛି। ପରୀକ୍ଷା ବାତିଲ ଯୋଗୁ ରାଜ୍ୟରେ ୭୫ ହଜାରରୁ ଅଧିକ ଆଶାୟୀ ନିରା ହୋଇଥିଲେ । ପ୍ରାଥମିକ ଶିକ୍ଷା ନି ୟୋଜିତ ଇନ୍ ସର୍ଭି ସ ଶିକ୍ଷକମାନଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷ
ଯୋଗ୍ୟତା ପରୀକ୍ଷା (ସେସାଳ ଓଟିଇଟି) ଲାଗି ୭୫ ହଜାର ୪୦୩ ଜଣ ଆବେଦନ କରିଥିଲେ ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ ପରୀକ୍ଷା କେନ୍ଦ୍ର ออก କରାଯାଇଥିଲା ।