District

୨୬% ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ

୨୬% ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ

ଚାଷରେ ଅଧିକ ରାସାୟନିକ ସାର ପ୍ରୟୋଗ ମୁଖ୍ୟ କାରଣ

ନବରଙ୍ଗପୁର,୯/୯: ନବରଙ୍ଗପୁର ଜିଲ୍ଲାରେ ମକା ସମେତ ଅନ୍ୟ ଚାଷରେ ବ୍ୟବହାର ହେଉଛି ଅଧିକ ସାର କୃଷି ବିଭାଗ ନିର୍ଧାରିତ କରିଥିବା ପରିମାଣରୁ ଚାଷୀ ବହୁ ଗୁଣା ସାର ପ୍ରୟୋଗ କରୁଥିବାରୁ ବ୍ୟାପିବାରେ ଲାଗିଛି ଅଣସଂକ୍ରାମକ ରୋଗ | ବର୍ତମାନ ଜିଲ୍ଲାର ୩ ଲକ୍ଷ ୬୧ ହଜାର ୯୬୦ ଜଣ ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯାହାକି ଜିଲ୍ଲାର ମୋଟ ଜନସଂଖ୍ୟାର ୨୬ ପ୍ରତିଶତ ବୋଲି ଜଣାପଡ଼ିଛି। ପ୍ରତି ବର୍ଷ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ |

୨୦୨୪-୨୫ରେ ସୂଚନାନୁସାରେ, ଜିଲ୍ଲାରେ ୩୬୧୯୬୦ ଲୋକ ଉଚ୍ଚ ରକ୍ତଚାପ, ମଧୁମେହ, ମୁଖଗହ୍ଵର କର୍କଟ, ସ୍ତନ କର୍କଟ ଓ ଜରାୟୁ କର୍କଟ ରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ରୋଗୀଙ୍କୁ ଆବଶ୍ଯକ ଚିକିତ୍ସା ଯୋଗାଇ ଦିଆଯାଇଥିବା କହିଛନ୍ତି ସିଡିଏମଓ ଡା. ସନ୍ତୋଷ ପଣ୍ଡା। ୪୬୬୨୭ ଜଣ ଉଚ୍ଚ ରକ୍ତଚାପ, ୪୬୪୩୯ ଜଣ ମଧୁମେହ, ୧୯୦ ଜଣ ମୁଖଗହ୍ଵର କର୍କଟ, ୬୪ ଜଣ ସ୍ତନ କର୍କଟ ଓ ୩୯ ଜଣ ଜରାୟୁ କର୍କଟ ରୋଗୀଙ୍କୁ ବିନା ମୂଲ୍ୟରେ ଔଷଧ ଦିଆଯାଉଛି। ଅପରପକ୍ଷରେ ଦିନକୁ ଦିନ ଆକ୍ରାନ୍ତଙ୍କ

ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ଅଣସଂକ୍ରାମକ ରୋଗ କାର୍ଯ୍ୟକ୍ରମରେ ୨୦୨୫-୨୬ରେ ୩୦ ବର୍ଷରୁ ଊର୍ଦ୍ଧ୍ବ ୫୩୦୧୩୬ ଜଣଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଖଗହ୍ଵର କର୍କଟ, ସ୍ତନ କର୍କଟ ଓ ଜରାୟୁ କର୍କଟ ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଚିତ ଚିକିତ୍ସା ସୁବିଧା ମିଳୁନଥିବାରୁ ବହୁ ଆକ୍ରାନ୍ତ ବିଶାଖାପାଟଣା, ରାୟପୁର, ହାଇଦ୍ରାବାଦ, ହାଟ ଚେନ୍ନାଇ, ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି | ଅଣସଂ ସଂକ୍ରାମକ ରୋଗକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇଥିବା ବେଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଇଂ. ବଳଭଦ୍ର ମାଝୀ ଏ ଦିଗରେ ବିହତ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଚାଷ କାର୍ଯ୍ୟରେ ୨୦୮ ପ୍ରତିଶତ ରାସାୟନିକ ସାର ବ୍ୟବହାର ଅଣସଂକ୍ରାମକ ରୋଗ ବ୍ୟାପିବାର ମୁଖ୍ୟ କାରଣ ଚାଷ ଜମିର ଉର୍ବରତା କମିବା ସହ ନୀଳଗିରି ଗଛ ଲଗାଇବା କାରଣରୁ ଭୂତଳ ଜଳସ୍ତର କମିବାରେ ଲାଗିଛି। ଉତ୍ପାଦିତ ଧାନ, ପନିପରିବାରେ ପୁଷ୍ଟିକର ଖାଦ୍ୟତତ୍ତ୍ବ ଆଉ ନାହିଁ। ଏହାର ପ୍ରଭାବରେ ଦିନକୁ ଦିନ ଲୋକେ ରୋଗିଣା ହେଉଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button