District

ବ୍ରାଉନ ସୁଗାର ଜବତ ବେପ।ରୀ ଗିରଫ

ବ୍ରାଉନସୁଗାର ଜବତ , ବେପାରୀ ଗିରଫ

ଖୋର୍ଦ୍ଧା, ୯/୯ : ଶନିବାର ଖୋର୍ଦ୍ଧା ଆଦର୍ଶ

ଥାନା ପୋଲିସ ବ୍ରାଉନସୁଗାର କାରବାର କରଥିବା ବେପାରୀକୁ ଗିରଫ କରିଛି। ଗିରଫ ଜଣକ ହେଲା ଶାଗୁଆନ ବଗିଚା ଅଞ୍ଚଳର ନିରଞ୍ଜନ ପାରମଣିକ। ତାଠାରୁ ପୋଲିସ ୨୦ ଗ୍ରାମ ବ୍ରାଉନସୁଗାର ସମେତ ଏକ ପଲସର ବାଇକ୍ ଜବତ କରିଛି ବୋଲି ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ସୁଚନା ଦେଇଛନ୍ତି । ସୂଚନା ମୁତାବକ ଆଜି ନିରଞ୍ଜନ ଖୋର୍ଦ୍ଧା ସହର ସ୍ଵପ୍ନଶ୍ଵର୍ ମନ୍ଦିର ସମ୍ମୁଖରେ ବେପାର ପାଇଁ ଗ୍ରାହକ ଅପେକ୍ଷାରେ ଥିଲା ବେଳେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ନିରଞ୍ଜନଙ୍କୁ ମାଡ଼ି ବସିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button