District

କୋରାପୁଟ ଜିଲ୍ଲା ଗସ୍ତ ରେ ରାଜ୍ୟପାଳ ଦେଶର ପ୍ରମୁଖ କଫି ହବ୍ କୋରାପୁଟ

କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ

ଦେଶର ପ୍ରମୁଖ କଫି ହବ୍ ହେବ କୋରାପୁଟ

କୋରାପୁଟ,୯\୯: ଜିଲ୍ଲାର ପାଣିପାଗ କଫି ଚାଷ ପାଇଁ ଉପଯୋଗୀ । ଏଥିଲାଗି ଆବଶ୍ୟକ ଜମି ବୃଦ୍ଧି ପାଇବା ଦରକାର । ମ୍ୟାୟରେ ଜମି ମାଲିକାନା ସ୍ପଷ୍ଟ ଉଲ୍ଲେଖ ରହିଲେ ବିଭିନ୍ନ ଅଞ୍ଚଳର ଉଦ୍ୟୋଗୀ ଏହି ଚାଷ ପ୍ରତି ଆଗ୍ରହ ଦେଖାଇବେ । କୋରାପୁଟ ହେବ ଦେଶର ପ୍ରମୁଖ କଫି ହବ୍ । ଆଜି ରାଜ୍ୟପାଳ ଡ.କରିବାକୁ କମପତି କୋରାପୁଟ ଗସ୍ତରେ ଆସି ସ୍ଥାନୀୟ କଫିବୋର୍ଡରେ ଅନୁଷ୍ଠିତ ସଭାରେ ଏହା କହିଛନ୍ତି I ଚାଷ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ସ‌ହ ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟପାଳ ଆଜି ପୂର୍ବାହ୍ନରେ ଜୟପୁର ବିମାନ ବନ୍ଦରରେ ପହଞ୍ଚୁଥିଲେ । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଳନ, ଏସ୍‌ପି ରୋହିତ ବର୍ମା, ଜୟପୁର ଉପକି ରୂପାଳ ଏ. ଶଶ୍ୟା ରେକ୍ଟା ପ୍ରମୁଖ ସେଠାରେ ଉପସ୍ଥିତ ରହି ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ । ସେଠାରୁ ସଡ଼କ ପଥରେ ବାହାରି କୋରାପୁଟ କଫିବୋର୍ଡରେ ପହିଥିଲେ। ସେଠାରେ ହୋଇଥିବା କଫି ଚାଷ ବୁଲି ଦେଖୁଥିଲେ। ଆୟୋଜିତ ସଭାରେ କଫି

ଚାଷୀ, ଘରୋଇ ଚାଷୀ, କଫିବୋର୍ଡ ସଦସ୍ୟ ଏବଂ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଶ୍ଵ ଦରବାରରେ କୋରାପୁଟ କଫି ବତତ୍ତ୍ଵ ସ୍ଥାନ ଅର୍ଜିଆର କରିଛି । ଜିଲ୍ଲାର ୯୦ ପ୍ରତିଶତ ଅଞ୍ଚଳରେ ଏହି ଚାଷ ହେଉଛି। କଫି ଚାଷ କରି ଜିଲ୍ଲାର ଆଦିବାସୀ ଚାଷୀ ସ୍ଵାବଲମ୍ବୀ ହୋଇଛନ୍ତି। ଏଠାରେ ଏହି ଚାଷର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଆଗକୁ କୋରାପୁଟ କଫି ବଜାରକୁ କିଭଳି ବ୍ୟାପକ କରାଯିବ ସେ ନେଇ ଆଲୋଚନା କରିଥିଲେ ରାଜ୍ୟପାଳ । କଫିବୋର୍ଡରେ ଦୁଲି କଫି ଗଛ ଦେଖୁବା ସହ କୋରାପୁଟ କଫିର ସ୍ନାତର ମଜା ନେଇଥିଲେ। ଏ ଅବସରରେ, ଓଡ଼ିଶା କଫି ଉତ୍ପାଦକ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଦିବାସୀ ପହାଡ଼ି ଅଞ୍ଚଳରେ କଫି ଏବଂ ମସଲା ଚାଷକୁ ବୃଦ୍ଧି କରିବା, କୃଷି ଏବଂ ବୃଷକ ସଶରୀକରଣ ବିଭାଗ ଦ୍ୱାରା ଅଧୁସୂଚିତ ରାଜ୍ୟ କ୍ଷେତ୍ର ଯୋଜନାରେ ନିରକ୍ଷର ଜୀବିକା ପାଇଁ କଫି ପ୍ଲାଣ୍ଟେସନକୁ ତୁରନ୍ତ କାର୍ଯ୍ୟକାରୀ କରିବା, କଫି ଇୱେଟ୍ ମାଧ୍ୟମରେ ପରିବେଶ

ପର୍ଯ୍ୟଟନ ପ୍ରକଳ୍ପ ପାଇଁ ରାଜ୍ୟ ସଦସତିକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ଏବଂ ଓଡ଼ିଶା ସ୍ଥିତ ଉଦ୍ୟୋଗ ଏବଂ ଇଦ୍ୟୋଗୀଙ୍କୁ ୧୯ ବର୍ଷ ପାଇଁ ଉପ‌ଯୁକ୍ତ ସରକାରୀ ଜମିର ଦୀର୍ଘକାଳୀନ ଲିନ୍ ଦେବା ଓ କଫି ବୋର୍ଡ ଏବଂ ଅନ୍ୟାନ୍ୟ ସମୂଳ ସଂସ୍ଥା ସହ ସହଭାଗିତାରେ ସମନ୍ବିତ ସମ୍ପ୍ରସାରଣ

ସେବା, ଛାଣି ଏବଂ ଦୃଢ଼ ବଜାର ସଂଯୋଗ ଉପରେ ଦାବିପତ୍ରରେ ଉତ୍ୟେକ କରାଯାଇଛି।

ଏହାପରେ ରାଜ୍ୟପାଳ ସ୍ବତନ୍ତ୍ର ସର୍କିଟ ହାରସ୍‌ରେ ପହିଥିଲେ । ସେଠାରେ ଦାମନଯୋଡି ନାଲକୋ ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ। ଖଣି ପାରିପାର୍ଶ୍ବକ ଅଞ୍ଚଳର

ଭିନ୍ନତାକରଣ ସମ୍ପର୍କରେ ପଚାରି ବୁଝିଥିଲେ । ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧୁକାରୀମାନଙ୍କ ସହ ଆଲୋଚନା କରିଥିଲେ । ଖାସ୍ଥ୍ୟ ସେବା ଓ ୱିଲିଭୂମି ସମ୍ପର୍କରେ ପଚାରି ବୁଝିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ଏହି ମେଡିକାଲ କଲେଜ ଉପରେ ନିର୍ଭରଶୀଳ । ତେଣୁ ଏହାର ଭିତ୍ତିଭୂମି ସୁଦୃଢ଼ ସହ ଉନ୍ମତମାନର ସ୍ଥ୍ୟସେବା ଯୋଗାଇବା ଏକମାତ୍ର ଲକ୍ଷ୍ୟ ରଖିବାର ଆବଶ୍ୟକତା ଥିବା କହିଥିଲେ ରାଜ୍ୟପାଳ । ପରେ କୋଟସ୍ ଅଧୁକାରୀଙ୍କ ସହ ବୈଠକ କରିଥିଲେ। ସରାଣୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ପଦ୍ମଶ୍ରୀ ଗୋଚର୍ଶନ ପାନିକା, କେତେକ ମୁଦ୍ରା ଧୁକାରୀ ଏବଂ ଭାରତୀୟ ରେଡସ ସୋସାଇଟିର ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ । ସନ୍ଧ୍ୟାରେ ଶାବର ଶ୍ରୀକ୍ଷେତ୍ର ଗନ୍ନାଥ ମନ୍ଦିରକୁ ଯାଇଥିଲେ। ଠାକୁରଙ୍କୁ ଦର୍ଶନ କରି ପୂଜାର୍ଜନା ପରେ ବେଢ଼ା ପରିଦର୍ଶନ କରିଥିଲେ ।

ପ୍ରକାଶଥାଉକି, ରାଜ୍ୟପାଳ କୋରାପୁଟ ଏବଂ ମାଲକାନଗିରି ଜିଲ୍‌କୁ ୪ ଦିନିଆ ଗସ୍ତରେ ଆସିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button