
କୋରାପୁଟ, ୦୯/୦୯: କୋରାପୁଟ ଜିଲ୍ଲା ସୁନାବେଡା ପୌରପରିଷଦର ୨୦ ନମ୍ବର ୱାର୍ଡରେ ଅବସ୍ଥିତ କୋଣ୍ଡାପାବିଲି ବାସିନ୍ଦାମାନେ ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ସ୍ଥାୟୀ ଘର ପଟା ପାଇବାକୁ ଅପେକ୍ଷା କରୁଛନ୍ତି। ଶନିବାର ଓ ସୋମବାର ଦିନ ତହସିଲ ଓ ମୁନିସିପାଲିଟି କିଛି ସରକାରୀ ଅଧିକାରୀମାନେ ଆସି ଘର ମପା ଏବଂ ନମ୍ବରକରଣ କାର୍ଯ୍ୟ କରିଥିବାରୁ ବାସିନ୍ଦାମାନଙ୍କ ମନରେ ନୂତନ ଆଶା ସୃଷ୍ଟି ହୋଇଛି।
ଏହା ପୂର୍ବରୁ ମଧ୍ୟ,ବାସିନ୍ଦାମାନେ ପୂର୍ବ ଜିଲ୍ଲାପାଳ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ୍ ପୁଜାରିଙ୍କୁ କୋରାପୁଟ ସରକିଟ୍ହାସୁ ସମ୍ମୁଖରେ ରଥଯାତ୍ରା ସମୟରେ ସାକ୍ଷାତ କରି ସ୍ଥାୟୀ ପଟା ଦେବାକୁ ଅନୁରୋଧ କରିଥିଲେ।
ବର୍ତ୍ତମାନ ସେଠାରେ ୨୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି।ବସ୍ତି ବାସିନ୍ଦାମାନେ କହିଛନ୍ତି ଯଦି ସରକାର ଆମକୁ ବାସସ୍ଥଳୁ ଉଚ୍ଛେଦ କରିଦିଏ, ତେବେ ଆସନ୍ତା ଦିନରେ ଆମେ ରାଜପଥକୁ ଉତ୍ତରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଏହି ପାହାଡ଼ ଉପରେ ଅସ୍ଥାୟୀ ଘରେ ବସିଥିବା ଏହି ପରିବାର ଗୁଡ଼ିକ କୁଳି ମଜୁରୀ କରି ଜୀବନ ଜୀବୀକା ଚାଲାଇଛନ୍ତି।
ସରକାର ପକ୍ଷରୁ ପିଚ୍ ଡି଼ ପିବା ପାଣିର ବୈବସ୍ଥା ରହିଛି ନିଜ ନିଜ ପିଲାମାନେ ନିକଟସ୍ଥ ସେମିଳିଗୁଡ଼ାର କିଛି ସ୍କୁଲ ପାଠ ପଢ଼ୁଛନ୍ତି ।କୋଣ୍ଡାପାବିଲି ବସ୍ତି ବାସୀଙ୍କ ପାଇଁ ସରକାର ତୋରଫରୁ ସ୍ଥାୟୀ ଘର ପଟା କେବେ ମିଳିବ ଏହାକୁ ନେଇ ଅପେକ୍ଷା କରୁଛନ୍ତି ଏହି ଗରୀବ ଦୁଇ ସହ ପରିବାର।