ଦୁଷ୍କର୍ମ ଅଭିଯୁକ୍ତ ନିଦୋଷ ରେ ଖଲାସ
ଦୁଷ୍କର୍ମ ଅଭିଯୁକ୍ତ ନିଦୋଷ ରେ ଖଲାସା।
ନବରଙ୍ଗପୁର ,୯/୯/୨୫: ନବରଙ୍ଗପୁର ସ୍ଵତନ୍ତ୍ର ପୋକସୋ କୋର୍ଟ ର ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଯୋଗେଶ ଭତରା କୁ ନିଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅନ୍ତର୍ଗତ ତାରାଗାଁ ଗ୍ରାମର ସୋମନାଥ ହରିଜନ ଗତ ୬/୧୧/୨୦୨୩ ତାରିଖ ଦିନ ନବରଙ୍ଗପୁର ଥାନାରେ କେସ ନମ୍ବର ୪୫୬/୨୩ ପ୍ରକାରେ ଏକ ଲିଖତ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ନାନା ପ୍ରକାର ଭାବରେ ପ୍ରଲୋଭିତ କରି ପଖନା ଗୁଡା ଗ୍ରାମର ଯୋଗେଶ ଭତରା ତା ସହ ଦୁଷ୍କର୍ମ କରିଛି । ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଯୋଗେଶ ଭତରା କୁ କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ପିଙ୍ଗଳ କୋର୍ଡ ର ଧାରା ୩୬୩/୩୭୬(୨) (ଏନ)/୩୭୬(୩) ଓ ସ୍ବତନ୍ତ୍ର ପୋକସୋ ଆଇନ
୨୧୦୨ ର ଧାରା ୪(୨)/୬ ପ୍ରକାରେ ମାମଲା ରୁଜୁ କରିଥିଲେ I ସମସ୍ତ ୨୭ ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଯୋଗେଶ ଭତରା କୁ ନିଦୋଷ ରେ ଖଲାସ କରିଛନ୍ତି । ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ